Latest Odisha News

BREAKING NEWS

ରାଜସ୍ଥାନରେ ଜଘନ୍ୟକାଣ୍ଡ; ଚିପ୍ସ ଲୋଭ ଦେଖାଇ ନାବାଳିକାକୁ ପଥରରେ ଛେଚି ହତ୍ୟା

ନୂଆଦିଲ୍ଲୀ : ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ନର୍ମମ ହତ୍ୟାକାଣ୍ଡ । ଜଣେ ୯ ବର୍ଷୀୟ ଝିଅକୁ ଅପହରଣ କରି ପଥରରେ ଛେଚି ହତ୍ୟା କରାଯାଇଛି । ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ତାହା ଏବେ ସନ୍ଦେହ ଘେରରେ । ତେବେ ନାବାଳିକା ଜଣକର ରିପୋର୍ଟ ଆସିବା ପରେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ ଜଣାପଡ଼ିବ ।

ପୋଲିସ କହିବା ଅନୁଯାୟୀ, ନାବାଳିକାଙ୍କ ବାପା ଜଣେ ଦିନ ମଜୁରିଆ। ସେ ନାୟକ ସଂପ୍ରଦାୟର । ମଙ୍ଗଳବାର ସେ ନିଖୋଜ ହେବାର ଖବର ମିଳିଥିଲା । ତେବେ ନାବାଳିକାକୁ ଜଣେ ବ୍ୟକ୍ତି ଚିପ୍ସର ଲୋଭ ଦେଖାଇ ତାଙ୍କୁ ଅପହରଣ କରିଥିଲା  । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକାର ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି ପରେ ସେ ଜୀବିତ ଅଛିକି ନାହିଁ ଜାଣିବା ଅଭିଯୁକ୍ତ ଜଣକ ତାକୁ ପଥରରେ ଛେଚି ହତ୍ୟା କରିଛି  । ଘର ଠାରୁ ମାତ୍ର ୧.୫ କିମି ଦୂରରୁ ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲା ପୋଲିସ  ।

ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ତୁରନ୍ତ ଦୋଷୀକୁ ଧରିବା ପାଇଁ ଦାବି ମଧ୍ୟ କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ଜଣେ ପରିଚିତ ବ୍ୟକ୍ତି କରିଥିବା ସନ୍ଦେହ କରାଯାଉଛି  ।

 

Leave A Reply

Your email address will not be published.