Latest Odisha News

BREAKING NEWS

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟିଦେବାରୁ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । କାର୍‌ ମଧ୍ୟରେ ଥିବା ୨ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି  । ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଆଜି ଭୋରରୁ ଘଟିଥିବା ବେଳେ, କାରଟି ଆନ୍ଧ୍ର ଆଡୁ ଆସୁଥିବା ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.