Latest Odisha News

BREAKING NEWS

ମୃତ୍ୟୁର ୪ ଘଣ୍ଟା ପରେ ଜୀବିତ ହୋଇ ଉଠିଲେ ମହିଳା, ଏବେ ସୁସ୍ଥ

ଇକ୍ୟୁଏଡର: ଜୀବନ ଏବଂ ମୃତ୍ୟୁ ପ୍ରକୃତରେ ଈଶ୍ୱରଙ୍କ ହାତରେ ଅଛି । ଅନେକ ଥର ଦେଖିବାକୁ ମିଳିଛି ଯେ, ଜୁଇରୁ ମୃତବ୍ୟକ୍ତି ଉଠିବା । କିନ୍ତୁ ତାଙ୍କର କିଛି ମିନିଟ୍‌ରେ ପୁଣି ମୃତ୍ୟୁ ହୋଇଯାଏ । ଏବେ ଏମିତି ଏକ ଘଟଣା ଚର୍ଚ୍ଚାକୁ ଆସିଛି, ଜଣେ ମହିଳା ମୃତ୍ୟୁବରଣ କରିବାର ୪ ଘଣ୍ଟା ପରେ ଜୀବିତ ହୋଇ ଉଠିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି ।

ଏହି ଘଟଣା ଇକ୍ୟୁଏଡରରୁ ଆସିଛି । ଏଠାରେ ରହୁଥିବା ୭୬ ବର୍ଷୀୟା ମହିଳା ବେଲା ମୋଣ୍ଟୋୟାଙ୍କୁ ମାର୍ଟିନ ଇକାଜା ହସ୍ପିଟାଲର ଡ଼ାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏହି ସମୟରେ, ଏପରି କିଛି ଘଟିଥିଲା ଯେଉଁଥିରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେହି ବିଶ୍ୱାସ କରି ପାରିଲେ ନାହିଁ ଯେ, ସେମାନେ ମୃତଦେହକୁ କଫିନ୍‌ରେ ରଖିଥିଲେ, ସେ ଜୀବିତ ଅଛନ୍ତି ।

ଡାକ୍ତରଖାନା ପକ୍ଷରୁ ବେଲାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରାଯିବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଏକ କଫିନ୍‌ରେ ପୋତିଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ । କଫିନ୍‌ରେ ମୃତଦେହକୁ ୪ ଘଣ୍ଟା ରଖିବା ପରେ, ଯେତେବେଳେ ତାଙ୍କ ସମ୍ପର୍କୀୟମାନେ ପୋଷାକ ବଦଳାଇବା ପାଇଁ ଏହାକୁ ଖୋଲିଲେ, ବେଲା ନିଶ୍ୱାସ ନେବା ସହ ବାମ ହାତରେ କଫିନ୍ ଉପରେ ବାଡେଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କଫିନରୁ ବାହାରକୁ ଅଣାଯାଇଥିଲା । ଆମ୍ବୁଲାନ୍ସକୁ ଡ଼ାକିବା ପରେ ବହୁ ବିଳମ୍ବରେ ଆସି ପହଞ୍ôଚଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ଧିରେ ଧିରେ ସୁସ୍ଥ ହେଉଛନ୍ତି ।

Leave A Reply

Your email address will not be published.