Latest Odisha News

BREAKING NEWS

ଅଣାୟତ ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୮,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ୮୮,୦୦୦ରେ ପହଞ୍ଚିଛି ।

ଅଧିକ ପଢନ୍ତୁ: କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କ’ଣ ହୋଇଥାଏ ପରିବର୍ତ୍ତନ? ଜାଣନ୍ତୁ

ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ବ୍ୟାପିବାର ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୬୦ଟି ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.