Latest Odisha News

BREAKING NEWS

ଦିଲ୍ଲୀ ହିଂସା: ଗୁଜବ ନେଲା ଜୀବନ!

ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ ଅବସ୍ଥା ବହୁତ ସମ୍ବେଦନଶୀଳ । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା କାରଣରୁ ମୃତ୍ୟୁ ସଂଖ୍ୟା ୪୫ ଛୁଇଁଲାଣି । ସିଏଏ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ଗଢ଼ି ଉଠିଥିବା ହିଂସା ଅଣାୟତ୍ତ ହୋଇପଡିଥିଲା । କିନ୍ତୁ ସ୍ଥିତି ସ୍ୱାଭାବିକ ଜଣାପଡୁଥିବାବେଳେ ହଠାତ୍ ରବିବାର ଦିନ ଏକ ଗୁଜବ ଯୋଗୁଁ ଆତଙ୍କ ସୃଷ୍ଟି ହୋଇଛି ।

BjdElectrycity

ଋବିବାର ରାତିରେ ହିଂସା ଗୁଜବ ଯୋଗୁଁ ଦିଲ୍ଲୀର ଅନେକ ଅଂଚଳରେ ଲୋକେ ଦୋକାନ ବଜାର ବନ୍ଦ କରି ଏଣେତେଣେ ଦୌଡିଥିଲେ । ଓଖଲାର ବଟଲା ହାଉସ ଅଂଚଳରେ ଗୁଜବ ଯୋଗୁଁ ଲୋକେ ଏଣେତେଣେ ଦୌଡୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶବକୁ ପୋଷ୍ଟମର୍ଟମ ପାଇଁ ଏମ୍ସ ମେଡିକାଲ ପଠାଯାଇଛି । ମୃତକଙ୍କ ନାଁ ହେଉଛି ହବିବୁଲ୍ଲାହ । ତାଙ୍କ ବୟସ ୩୨ବର୍ଷ ଓ ବିହାରର ଭାଗଲପୁରର ବାସିନ୍ଦା । ସେ ସିଲେଇ କାମ କରୁଥିଲେ ।

ଗୁଜବ ପରେ ବଟଲା ହାଉସ ପାଖରେ ହବିବୁଲ୍ଲାହ ବେହୋସ ହୋଇଯାଇଥିଲେ । ପରେ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ତେବେ ଭିଡ ଭିତରେ ଚାପି ହୋଇ ହବିବୁଲ୍ଲାହଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କାରଣରୁ ପୋଲିସ ଏହାର ଯାଂଚ କରୁଛି । ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ଜଣାପଡିଛି ।

Leave A Reply

Your email address will not be published.