Latest Odisha News

BREAKING NEWS

ପିଏମ୍‌ ଇମ୍ରାନ୍‌ ଖାନ୍‌ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମରିୟମ୍‌ ନୱାଜ

ନୂଆଦିଲ୍ଲୀ: ପାକିସ୍ତାନର ରାଜନୀତି ଏହି ସମୟରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ପାକିସ୍ତାନ ସବୁ ଦିଗରୁ ଘେରି ରହିଥିବା ଦେଖାଯାଉଛି। ବାସ୍ତବରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ ପୁଣିଥରେ ଇମ୍ରାନ ଖାନଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝିଅ ମରିୟମ କହିଛନ୍ତି ଯେ ଇମ୍ରାନ ଖାନ ତାଙ୍କୁ ଏତେ ଡରୁଥିଲେ ଯେ ତାଙ୍କୁ ରଖାଯାଇଥିବା ଜେଲ ସେଲର ବାଥରୁମରେ ସେ ଲୁକ୍କାୟିତ କ୍ୟାମେରା ଲଗାଇଥିଲେ। ଏକ ସାକ୍ଷାତକାରରେ ମରିୟମ ନୱାଜ କହିଛନ୍ତି ଯେ ସେ ଦୁଇଥର ଜେଲ ଯାଇଛନ୍ତି। ସେ ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ଏଠାରେ ସରକାର ମହିଳାଙ୍କ ସୁରକ୍ଷା କରିବାରେ ଅସମର୍ଥ।

ତାଙ୍କ ସଂଗ୍ରାମ ବିଷୟରେ ସେ କହିଛନ୍ତି, ” ଯେ ମୋତେ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଏହାକୁ ନେଇ ମୁଁ କାନ୍ଦିବାକୁ ଚାହୁଁନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବେ ଏହି ସତ୍ୟକୁ ବିଶ୍ୱ ସାମ୍‌ନାକୁ ଆଣିବାକୁ ଚାହୁଁଛି ଯେ ଜେଲରେ ମହିଳାଙ୍କ ଅବସ୍ଥା କିପରି ରହିଥାଏ।” ଉଲ୍ଲେଖ ଥାଉ କି ଗତ ବର୍ଷ ଚୌଧୁରୀ ସୁଗାର ମିଲ ମାମଲାରେ ପାକିସ୍ତାନ ମୁସଲିମ ଲିଗ-ନୱାଜର ଉପାଧ୍ୟକ୍ଷ ମରିୟମ ନୱାଜଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.