Latest Odisha News

ସେପ୍ଟେମ୍ବର ୬ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ପାଣାଜୀ: ଗୋଆରେ ପୁଣି ବଢିଲା କରୋନା କଟକଣା। ଗୋଆ ସରକାର ପୁଣି ଥରେ ରାଜ୍ୟବ୍ୟାପୀ କରୋନା କର୍ଫ୍ୟୁକୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରବିବାର ଦିନ ଏଥିପାଇଁ ଗୋଆ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

୨୪ ଘଣ୍ଟିଆ କର୍ଫ୍ୟୁ ପ୍ରଥମେ ଚଳିତ ବର୍ଷ ମେ ୯ରେ ଲାଗୁ କରାଯାଇଥିଲା ଏବଂ ସେବେଠାରୁ ଏହାକୁ ନିୟମିତ ଭାବେ ବୃଦ୍ଧି କରାଯାଇଛି।

ରବିବାର ଦିନ ଗୋଆରେ ୭୪ ଟି ତାଜା କୋଭିଡ ମାମଲା ରେକର୍ଡ ହୋଇଥିବା ବେଳେ ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।

Leave A Reply

Your email address will not be published.