Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର୍‌

ଜଗତସିଂହପୁର: ଲାଂଚ ଦାବି କରି ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଜାପା ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ । ଏରସେମା ତହସିଲରେ ମ୍ୟୁଟେସନ ମାମଲାର ସମାଧାନ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ସମୀର କୁମାର ମଲ୍ଲିକ ଲାଂଚ ମାଗିଥିବା ଅଭିଯୋଗ ହୋଇଛି ।

ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତିଙ୍କଠାରୁ ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ ୧୦ ହଜାର ଟଙ୍କା ଲଂଚ ଦାବି କରିଥିଲେ । ଏ ନେଇ ସଂପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କଟକ ଭିଜିଲାନ୍ସ ବିଭାଗ ସମୀରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଲାଂଚ ଟଙ୍କା ଜବତ କରିଛି । ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ସମୀରଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ଟିମ୍ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.