Latest Odisha News

BREAKING NEWS

ଲଭର ବାବା; ପ୍ରେମିକାର ବାହାଘର ଭାଙ୍ଗିବାକୁ ବାବା ବେଶ ହେଲେ ପ୍ରେମିକ

ଯାଜପୁର: ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ହଟହଟା ପ୍ରେମିକ। ଏଭଳି ଏକ ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ ।

ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ବାବା ବେଶ ଧାରଣ କରି ପ୍ରେମିକା ଘରେ ପହଞ୍ଚିଥିଲେ ପ୍ରେମିକ।

ଯୁବତୀଙ୍କ ମାଆଙ୍କ ହାତ ଦେଖି ସ୍ଥିର ହୋଇଥିବା ଜାଗାରେ ବିବାହ ନକରିବାକୁ କରିବା ସହ ଝିଅ ଭଲ ପାଉଥିବା ସ୍ଥାନରେ ବାହାଘର କରନ୍ତୁ ବୋଲି କହିଥିଲେ ବାବା ବେଶି ଯୁବକ।

ମାତ୍ର ଅପରିଚିତ ବାବାଙ୍କୁ ସ୍ଥାନୀୟ ଲୋକ ପିଲାଚୋର ବୋଲି ସନ୍ଦେହ କରି ପୋଲିସ ଜମା ଦେଇଛନ୍ତି । ପୋଲିସ ଯୁବକ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଯୁକ୍ତ ଦୁଇ କଲେଜ ଛାତ୍ର ବୋଲି ଜଣାପଡ଼ିଛି । ପ୍ରେମକୁ ଯୁବତୀଙ୍କ ପରିବାର ସ୍ୱୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଇଥିବା ଯୁବକ ଜଣଙ୍କ କହିଛି ।

Leave A Reply

Your email address will not be published.