Latest Odisha News

BREAKING NEWS

ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ସହ ଦାମୀ କାର ଜବତ; କୁଖ୍ୟାତ ଅପରାଧୀ ଗ୍ୟାଙ୍ଗ ଗିରଫ

କଟକ : କଟକରୁ ଦୁଇ କୁଖ୍ୟାତ ଅପରାଧୀଙ୍କ ସହ ୮ ରିସିଭର ଗିରଫ । ସେମାନଙ୍କ ଠାରୁ ପୋଲିସ ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ଗହଣା, ୮ ଲକ୍ଷ ଟଙ୍କାର ରୂପା ଅଳଙ୍କାର, ନଗଦ ୬୧,୬୦୦ ଟଙ୍କା, ମହିନ୍ଦ୍ରା ଥାର୍ ଏବଂ ଫୋର୍ଡ ଫିଗୋ କାର ଜବତ କରାଯାଇଛି । ଏଥିସହ ଚୋରିରେ ବ୍ୟବହୃତ ଅନେକ ସରଞ୍ଜାମ ମଧ୍ୟ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳର ରାଜେଶ ଖୁଣ୍ଟିଆ ଏବଂ ସୁଶାନ୍ତ ସ୍ବାଇଁ । ସେମାନଙ୍କର ନାଁରେ ବିଭିନ୍ନ ଜିଲ୍ଲାର ଥାନାରେ ୪୭ଟି ମାମଲା ରହିଛି ।

ସୂଚନାଥାଉକି, ଏମାନେ ରାତି ଅଧରେ ଘରେ ପଶନ୍ତି ଓ ମାରଣାସ୍ତ୍ର ଦେଖାଇ ଘରେ କଳାକନା ବୁଲାନ୍ତି । ଚୋରି ଜିନିଷ ଯେଉଁମାନଙ୍କ ସାହାଯ୍ୟରେ ବିକ୍ରି କରନ୍ତି ସେମାନଙ୍କ ମଧ୍ୟରୁ ୮ ରିସିଭରଙ୍କୁ ମଧ୍ୟ ଗିରଫ କରାଯାଇଥିବା କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି ।

Leave A Reply

Your email address will not be published.