ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ନେଇ ଆଜି ମୁହଁ ଖୋଲିଛନ୍ତି ଗୋଲ୍ଡି ବରାଡ । ଗ୍ୟାଙ୍କଷ୍ଟାର ଲରେନ୍ସ ବିଶ୍ନୋଇର ସାଥୀ ଗୋଲ୍ଡି ଖୋଲାଖୋଲି ଭାବେ କହିଛନ୍ତି ସିଦ୍ଧୁଙ୍କ ହତ୍ୟା ନେଇ ଆମ ମନରେ କୌଣସି ଅନୁଶୋଚନା ନାହିଁ । ସେ ଆମ ଭାଇ ଭଳି ସାଥୀ ବିକ୍କି ମିଡ୍ଡୁଖେଡାଙ୍କ ହତ୍ୟା ପଛର କାରଣ ଥିଲେ । ଏପରିକି ମାମଲାକୁ ଶାନ୍ତ କରିବା ପାଇଁ ଆମକୁ ସିଦ୍ଧୁ ୨ କୋଟି ଟଙ୍କା ଯାଚିଥିଲେ । ଭାଇର ପ୍ରତିଶୋଧ ନେବା ପାଇଁ ଆମେ ଏହାକୁ ଗ୍ରହଣ କରି ନ ଥିଲୁ । ହତ୍ୟା କରି ଆମେ ଆମ ପ୍ରତିଶୋଧ ପୂରଣ କରିପାରିଛୁ ବୋଲି ସେ କହିଛନ୍ତି । ଏକ ଟିଭି ଚ୍ୟାନେଲକୁ ମୁହଁ ଲୁଚାଇ ଭିଡିଓ ମେସେଜ ମାଧ୍ୟମରେ ଗୋଲ୍ଡି ଏହା ଜଣାଇଥିଲେ । ପୋଲିସ ମଧ୍ୟ ଏହା ତାଙ୍କ ସ୍ୱର ବୋଲି ସ୍ପଷ୍ଟ କରିଛି । ଦିଲ୍ଲୀ ଓ ପଞ୍ଜାବ ପୋଲିସ ସିଦ୍ଧୁ ହତ୍ୟାକାଣ୍ଡ ପଛରେ ଗୋଲ୍ଡିର ହାତ ଥିବା ସ୍ପଷ୍ଟ କରିଛନ୍ତି । ସିଦ୍ଧୁଙ୍କୁ ୯୫ ପ୍ରତିଶତ ପଞ୍ଜାବୀ ପସନ୍ଦ କରୁ ନ ଥିଲେ । ତାଙ୍କ ଭାଗ୍ୟ ଭଲ ମୃତ୍ୟୁ ପରେ ତାଙ୍କ ଇମେଜ ବଦଳି ଯାଇଛି । ଶେଷରେ ଗୋଲ୍ଡି କହିଥିଲେ ଆମେ ଖରାପ, ଭଲ ÷ହବାର ଆବଶ୍ୟକତା ନାହିଁ ।
BREAKING NEWS
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

Comments are closed.