Latest Odisha News

ବାଇଶିର ବେଦନା..ଛଡାଇ ନେଇଗଲା ଏଇ ଲୋକପ୍ରିୟ କଳାକାରଙ୍କୁ

ଯିବ ଯିବ ହେଉଛି ୨୦୨୨ । ଆଉ ମାତ୍ର ଦିନ କେଇଟା ପରେ ଅତୀତ ହୋଇଯିବ । ହେଲେ ଦେଇଯାଇଥିବା ଘଟଣା, ଦୁର୍ଘଟଣା ପାଇଁ ସବୁଦିନ ସ୍ୃତି ହୋଇ ରହିଥିବ ଏ ବର୍ଷ ।  ୨୦୨୨ ଆମଠୁ ଛଡେଇ ନେଇଛି ଅନେକ ବ୍ୟକ୍ତିତ୍ୱଙ୍କୁ । ଅନେକ ପ୍ରିୟ ମଣିଷଙ୍କୁ ।

ଆସିବାର ଅଳ୍ପ ଦିନ ପରେ ଏ ବର୍ଷ ଆମଠୁ ଛଡେଇ ନେଇଛ ଆମର ପ୍ରିୟ ଗାୟିକା କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କୁ । ୯୨ ବର୍ଷ ବୟସରେ ଫେବୃୟାରୀ ୬ ତାରିଖରେ ଆଖି ବୁଜି ଦେଇଥିଲେ ଲତାଜୀ । ସଙ୍ଗୀତ ଦୁନିଆରେ ୬ ଦଶନ୍ଧିରୁ ଅଧିକ ଦିନ ଧରି ରାଜ କରୁଥିବା ଗାୟିକା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ତାଙ୍କ ବିୟୋଗରେ କେବଳ ବଲିଉଡ ନୁହେଁ, ସାରା ଦେଶ କାନ୍ଦିଥିଲା ।

ଆଖି ବୁଜିଥିଲେ ୨୮ ବର୍ଷୀୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା ।  ମୃତ୍ୟୁ ନୁହେଁ ଏହା ଥିଲା ଏକ ହତ୍ୟାକାଣ୍ଡ । ତାଙ୍କର ହତ୍ୟା ସାରା ବିଶ୍ୱକୁ ଚମକାଇ ଦେଲା ପରିଥିଲା । ସିଦ୍ଧୁ ତାଙ୍କ ରୋଗାକ୍ରାନ୍ତ ମାଉସୀଙ୍କୁ ଦେଖିବା ପାଇଁ ବରନାଲା ଯାଉଥିଲେ । ସେ ସାଙ୍ଗମାନଙ୍କ ସହ ମହିନ୍ଦ୍ର ଥର ଗାଡିରେ ଯାଉଥିଲେ । ଦିନ ଦ୍ୱିପହରରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ସିଦ୍ଧୁ । ତାଙ୍କୁ ବହୁଦିନ ଆଗରୁ ହତ୍ୟା ଧମକ ଦିଆଯାଉଥିଲା ।

 

କେକେ ନାମରେ ପ୍ରସିଦ୍ଧ ଥିଲେ ସିଙ୍ଗର କୃଷ୍ଣ କୁମାର କୁନ୍ନଥ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ୫୩ ବର୍ଷୀୟ ଏହି ଗାୟକ ଜଣକ କୋଲକାତାର ଏକ କଲେଜରେ ପ୍ରୋଗ୍ରାମ କରିବାକୁ ଆସିଥିଲେ । କାର୍ଯ୍ୟକ୍ରମ ଚାଲିଥିବାବେଳେ କେକେ ଅସୁସ୍ଥ ଅନୁଭବ କରିଥିଲେ । ଏହା ସତ୍ତ୍ୱ ଏକ ଘଣ୍ଟା ଧରି ସେ ପ୍ରୋଗ୍ରାମ କରିଥିଲେ  । ପ୍ରୋଗ୍ରାମ ସାରି ହୋଟେଲରେ ପହଞ୍ଚିବା କ୍ଷଣି ତାଙ୍କ ଦେହ ହଠାତ ଅସୁ୍ସ୍ଥ ହୋଇପଡ଼ିଲା । ସେ ତଳେ ପଡି ଯାଇଥିଲେ ।

ଫେବୃଆରୀ ୧୫ ତାରିଖ ଦିନ ସଙ୍ଗୀତ ଦୁନିଆର ଉଜ୍ଜଳ ତାରକା ଡିସ୍କୋ କିଙ୍ଗ ବାପି ଲାହିର ଏ ଦୁନିଆକୁ ଅଲବିଦା କହି ଚାଲି ଯାଇଥିଲେ । ବାପିଙ୍କ ଦୁଇ ଜ୍ୱାଇଁଙ୍କ କହିବା ଅନୁଯାୟୀ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।ଦୁଇ ସପ୍ତାହ ଧରି ସେ ଡାକ୍ତରଖାନାରେ ଥିଲେ । ବାପିଙ୍କ ପୁଅ ବପ୍ପା ଲାହିର ତାଙ୍କର ଶେଷକୃତ୍ୟ କରିଥିଲେ । ତାଙ୍କର ଅନେକ ବଙ୍ଗାଳି ଗୀତ ଏବେ ଗୀତପ୍ରେମୀ ଗୁଣୁଗୁଣାଉଥାନ୍ତି । ୭-୮୦ ଦଶକରେ ସେ ବଲିଉଡକୁ ଏକାଧିକ ସୁପରହିଟ ଗୀତ ଦେଇଥିଲେ ।

ନିଜର ନିଆରା କମେଡିରେ ଲୋକଙ୍କ ହୃଦୟରେ ରାଜ କରୁଥିବା ରାଜୁ ଶ୍ରୀବାସ୍ତବଙ୍କୁ ଛଡାଇ ନେଇଛି ଏ ବର୍ଷ । ଏମ୍ସ ଆସିୟୁରେ ପ୍ରାୟ ଏକ ମାସ ଧରି ଲଢିବା ପରେ ସେପ୍ଟେମ୍ବର ୨୧ରେ ଆଖି ବୁଜିଥିଲେ ରାଜୁ । ତାଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଥିଲା । ୫୮ ବର୍ଷ ବୟସରେ ପତ୍ନୀ ଏବଂ ୨ ସନ୍ତାନଙ୍କୁ ଛାଡି ଆଖି ବୁଜିଥିଲେ ରାଜୁ  ।

ଏ ରିସ୍ତା କ୍ୟା କେହଲାତା ହୈ, ସସୁରାଲ ସିମର କି ପରି ଟେଲି ସିରିୟଲରେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ଅଭିନେତ୍ରୀ ବୈଶାଳୀ ଠକ୍କର ଅକ୍ଟୋବର ୧୬ ତାରିଖରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ସବୁବେଳେ ହସୁଥିବା ଏବଂ ଖୁସି ରହୁଥିବା ଏଇ କଳାକାରଙ୍କ ମୃତ୍ୟୁ ଖବର ସାରା ବିଶ୍ୱକୁ ଚମକାଇ ଦେଇଥିଲା ।

ବଲିଉଡର ବରିଷ୍ଠ ଅଭିନେତ୍ରୀ ତବସ୍ସୁମଙ୍କର ମୃତ୍ୟୁ ଘଟିଥିଲା ୨୦୨୨ରେ  । ୭୮  ବର୍ଷ ବୟସରେ ସେ ଆଖି ବୁଜିଥଲେ । ନଭେମ୍ବର ୧୮ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ତବସ୍ସୁମଙ୍କର ମୃତ୍ୟୁ ଘଟିଥିବା  ସୂଚନା ଦେଇଥିଲେ ତାଙ୍କର ପୁଅ ହୋଶାଙ୍ଗ ଗୋଭିଲ । ତବସ୍ସୁମଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଥିଲା ।

‘ଭାବିଜୀ ଘରପର ହୈ’ ସିରିଏଲରେ ମଲଖାନା ନାମରେ ଦର୍ଶକଙ୍କ ହୃଦୟରେ ଘର କରିଥିବା ଦୀପେଶ ୪୧ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଥିଲେ । ପଡ଼ିଆରେ କ୍ରିକେଟ ଖେଳୁଥିବା ସମୟରେ ତାଙ୍କର ଅଚାନକ ମୃତ୍ୟୁ ଘଟିଥିଲା । ଦୀପେଶ ଖୁବ ସ୍ୱାସ୍ଥ୍ୟ ସଚେତନ ଥିଲେ । ବ୍ରେନ ହାମରେଜ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ଅନ୍ୟଜଣେ ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା ଚଳିତବର୍ଷ । ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ସଚେତନ ଥିବା ଏହି ଅଭିନେତା କିପରି ହୃଦଘାତର ଶିକାର ହେଲେ ତାହା ସମସ୍ତଙ୍କୁ ଚକିତ କରିଥିଲା  । ୪୬ ବର୍ଷୀୟ ସିଦ୍ଧାନ୍ତ ନଭେମ୍ବର ୧୪ ତାରିଖରେ ୱାର୍ମଆଉଟ କରୁଥିବାବେଳେ ବେହୋଶ ହୋଇ ଯାଇଥିଲେ । ଟ୍ରେନର ଏବଂ ଅନ୍ୟମାନେ ତାଙ୍କ ଚେତା ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେ ଆଖି ଖୋଲି ନ ଥିଲେ । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କର ମୃତ୍ୟୃ ଘଟିଥିଲା ।

Comments are closed.