Latest Odisha News

BREAKING NEWS

ବାଂଲାଦେଶ ୨୨୭ ରନରେ ଅଲଆଉଟ

ଢ଼ାକା: ରବିଚନ୍ଦ୍ରନ ଅଶ୍ୱୀନ ଓ ଉମେଶ ଯାଦବଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୨୨୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୧୯ ରନ ସଂଗ୍ରହ କରିନେଇଛି । ଲୋକେଶ ରାହୁଲ ୩ ଓ ଶୁଭମନ ଗିଲ ୧୪ ରନ କରି ଅପରାଜିତ ରହିଛନ୍ତି । ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ତେବେ ମୋମିନୁଲ ହକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ସେ ୮୪ ରନ କରିଥିଲେ ।

ଭାରତ ପକ୍ଷରୁ ଉମେଶ ଓ ଅଶ୍ୱୀନ ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀର୍ଘ ବର୍ଷ ପରେ ଟେଷ୍ଟ ଖେଳୁଥିବା ଜୟଦେବ ଉନାଡକଟ ୨ଟି ୱିକେଟ ନେଇଥିଲେ । ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଦୌଡରେ ରହିବା ପାଇଁ ଭାରତକୁ ପ୍ରଥମେ ବାଂଲାଦେଶ ବିପକ୍ଷରେ କ୍ଲିନ ସୁଇପ କରିବାକୁ ପଡିବ ।

Leave A Reply

Your email address will not be published.