ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ (୫୯), ନକୁଳ ଗମାଙ୍ଗ (୨୮) ଓ ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳର ତାରିଣୀ ଜେନା (୨୫)। ପ୍ରତିଦିନ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ବିପୁଳ ପରିମାଣର ଚୋରା ମଦ କାରବାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହାପରେ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ସଦର ଅଧିକାରୀ ଅର୍ଜୁନ ମଲ୍ଲିକ ଏବଂ ତାଙ୍କ ଟିମ ଡେଙ୍ଗାପଦର ନିକଟରେ ଗାଡି ଯାଞ୍ଚ କରୁଥିଲେ। ଏହି ସମୟରେ ରାସ୍ତା ଦେଇ ଯାଉଥିବା ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ (ଓଡି ୦୭ ୟୁ ୬୪୧୬)କୁ ଅଟକାଇଥିଲେ। ଗାଡ଼ିରେ ରେସନ ସାମଗ୍ରୀ ତଳେ ମଦ ରହିଥିଲା। ବିଭାଗ ପକ୍ଷରୁ ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀକୁ ଗିରଫ କରିବା ସହ ପୁଣିଥରେ ମଦ ମଗାଇବାକୁ କହିଥିଲେ। ଏହାପରେ ଜଣେ ଯୁବକ ସ୍କୁଟି ଗାଡି (ଓଡି ୦୭ ଇ୨୦୧୦) ରେ ପୁଣି ଏକ ପେଢୀ ମଦ ନେଇ ଆସିଥିଲେ। ସେମାନଙ୍କ ଠାରୁ ସୂଚନା ପାଇ ସହର ଉପକଣ୍ଠ ଗୌରାଙ୍ଗ ବିହାରର ଏକ ଭଡା ଘରେ ଚଢ଼ଉ କରାଯାଇ ମଦ ଜବତ କରାଯାଇଥିଲା। ବିଭାଗ ପକ୍ଷରୁ ୨୦୮ଟି ବୋତଲ ମଦ, ହୋମିଓପାଥିକ ସ୍ପିରିଟ ୬ ଲିଟର, ୪ ଶହ ଖାଲି ବୋତଲ, ସରକାରୀ ଲେବଲ ସହିତ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଏ ନେଇ ବିଭାଗ ପକ୍ଷରୁ ୫୧/୨୨ରେ ଏକ ମାମଲାରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ କହିଛନ୍ତି।
BREAKING NEWS
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…

Comments are closed.