ଚେନ୍ନାଇ: ତାମିଲନାଡୁ କ୍ରିକେଟ ସଂଘ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ଟିକେଟଧାରକଙ୍କ ପାଇଁ ଉପହାର ରଖିଛି । ଟିକେଟଧାରୀମାନେ ଟିକେଟ ଦେଖାଇ ମାଗଣାରେ ମେଟ୍ରୋରେ ଯାତ୍ରା କରିପାରିବେ । ଶନିବାର ଏହି ମ୍ୟାଚ ଖେଳାଯିବ । ଚେନ୍ନାଇ ମେଟ୍ରା ରେଳ ଓ ଟିଏନସିଏ ମଧ୍ୟରେ ଏ ନେଇ ବୁଝାମଣା ହୋଇଛି । ୨୦୨୩ ଆଇପିଏଲରେ ମଧ୍ୟ ପ୍ରଶଂସଂକଙ୍କମାନଙ୍କ ଉପରୋକ୍ତ ବ୍ୟବସ୍ଥା କରାଯାଇଥିଲା । ଏହା ଦ୍ୱାରା ଭୀଡକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର ୨୦୨୪ ପରେ ଚେନ୍ନାଇ ପୂନର୍ବାର ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବାକୁ ଯାଉଛି ।
ସେହିପରି ୨୦୨୩ ପରେ ପ୍ରଥମ ଥର ପାଇଁ ଧଳା ବଲ ମୁକାବିଲା ଆୟୋଜିତ କରିବ । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଟି୨୦ ଫର୍ମାଟରେ ଭଲ ପ୍ରଦର୍ଶନ ଜାରୀ ରଖିଛି । ଦଳ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ବିଜୟୀ ହୋଇଛି । ଭାରତୀୟ ଟିମ ଇତି ମଧ୍ୟରେ ଶନିବାର ଓଦା ହୋଇଥିବା ବଲରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । କାକର ପଡିବା ସମ୍ଭାବନା ଥିବାରୁ ଟିମ ଇଣ୍ଡିଆ ପକ୍ଷରୁ ଏଥିନେଇ ପ୍ରସ୍ତୁତି କରାଯାଉଛି ।
Comments are closed.