Latest Odisha News

BREAKING NEWS

ମରୁଡ଼ି ଅଞ୍ଚଳ ପାଇଁ ଉପଯୋଗୀ ଧାନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବଲାଙ୍ଗୀର : ବଲାଙ୍ଗୀର ଲର୍କିପାଲି ଠାରେ ଧାନ ଗବେଷଣା କରାଯାଇଛି। ଯେଉଁ ଧାନ ମରୁଡ଼ି ଅଞ୍ଚଳ ପାଇଁ ଉପ ଯୋଗୀ ତାହା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ। ବଲାଙ୍ଗିର ଲର୍କିପାଲି ଠାରେ ଥିବା ବିହନ ଗବେଷଣା କେନ୍ଦ୍ରରେ ଫିଲିପାଇନସ ଠାରେ ଥିବା ଆର୍ନ୍ତଜାତୀୟ ବିହନ ଗବେଷଣା କେନ୍ଦ୍ର ତରଫରୁ ରାଜ୍ୟ ସରକାରଙ୍କ ସହାୟତାରେ ଧାନ ବିହନ ଉପରେ ଗବେଷଣା କରାଯାଇଥିଲା। ଭିନ୍ନ ଭିନ୍ନ ଦେଶ ତଥା ବିଭିନ୍ନ ରାଜ୍ୟର ଧାନ ଗବେଷଣା କେନ୍ଦ୍ରମାନଙ୍କରେ ତିଆରି କରିଯାଇ ଲର୍କିପାଲି ଠାରେ ଚାଷ କର।ଯାଇଥିଲ।

ବଲାଙ୍ଗୀର ମାଟି ପାଇଁ କେଉଁଧାନ ବିହନ ଉପଯୋଗୀ ତା ଉପରେ ଚାଲିଥିଲା ଗବେଷଣା। ହେଲେ ଧାନ ବିହନ ହୃଷ୍ଟ ପୃଷ୍ଟ ହେବା ପରେ ଆଜି ,କୃଷି ବିଜ୍ଞାନୀ ଓ ଏକ୍ସପର୍ଟ ମାନେ ଚାଷୀ ଏବଂ ଏଗ୍ରୋ ପିଲିଟେକନିକ ର ଛାତ୍ରଛାତ୍ରୀଙ୍କୁ ବିହନ ସମ୍ପର୍କରେ ବୁଝାଇଥିଲେ ଏବଂ ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏବଂ ଯେଉଁ ଧାନ ମରୁଡ଼ି ଅଞ୍ଚଳ ପାଇଁ ଦରକାର ତାହା ଚାଷୀଙ୍କ ପାଖରେ ପହଁଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି ଚାଷୀ ।

Comments are closed.