Latest Odisha News

BREAKING NEWS

ଶଙ୍ଖ ଛାଡି ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର: ଶଙ୍ଖ ଛାଡି ପଦ୍ମ ଧରିଲେ ଗାପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେଲେ ପ୍ରଦୀପ ପାଣିଗ୍ରାହୀ । ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଲେ ପ୍ରଦୀପ।

ଗତ କିଛି ଦିନ ତଳେ ପ୍ରଦୀପ ପାଣିଗ୍ରାହୀ ଓ ମନମୋହନ ସାମଲ ପରସ୍ପରକୁ ଭେଟିଥିଲେ । ସେବେଠାରୁ ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଆସୁଥିଲା । ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଜନବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରିଥିଲା ଦଳ । ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ ଜାରି କରାଯାଇଥିଲା ।

Leave A Reply

Your email address will not be published.