Latest Odisha News

BREAKING NEWS

ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସେବା ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ: ରେଳମନ୍ତ୍ରୀ

ସମ୍ବଲପୁର: ଆଉ କିଛି ସମୟ ପରେ ସମ୍ବଲପୁରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଇଆଇଏମ୍ ର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ପହଞ୍ଚିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ ଆଜି ସକାଳେ ସମ୍ବଲପୁର ରେଳ ଷ୍ଟେସନ ନୀରିକ୍ଷଣ କରିଛନ୍ତି । ଏହାସହ ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ।

ଗୋରଖପୁର-ହାଟିଆ ଏକ୍ସପ୍ରେସର ସମ୍ପ୍ରସାରଣ ଏହି ଅଞ୍ଚଳର ଯାତ୍ରୀମାନଙ୍କୁ ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ କରାଯାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ଏହାର ଶିଳାନ୍ୟାସ କରିବେ । ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପ୍ରାୟ 370 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ।
ଏହି ଷ୍ଟେସନ ମାଧ୍ୟମରେ ସହରର ଉଭୟ ପାର୍ଶ୍ୱ ସଂଯୋଗ ହୋଇପାରିବ । ସମ୍ବଲପୁର ରେଳ ଷ୍ଟେସନରେ ସମସ୍ତ ଆଧୁନିକ ସୁବିଧା ଯୋଗାଇ ଦିଆଯିବ ।

Leave A Reply

Your email address will not be published.