Latest Odisha News

BREAKING NEWS

ଦୀନେଶ କୁମାର ଖରା ହେଲେ ଏସ୍‌ବିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦୀନେଶ କୁମାର ଖରା ଏସ୍‌ବିଆଇର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏସ୍‌ବିଆଇର ସମ୍ପ୍ରତି ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନରେ ଦୀନେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି।

BjdElectrycity

ଅକ୍ଟୋବର ୭ ଅର୍ଥାତ୍ ଆଜି ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତେବେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ଦୀନେଶ କୁମାର ଖରାଙ୍କ ନାମ ବ୍ୟାଙ୍କ ବୋର୍ଡ ବ୍ୟୁରୋ ଦ୍ବାରା ସୁପାରିଶ କରାଯାଇଛି।

ଦୀନେଶ୍‌ କୁମାର ୨୦୧୭ରେ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଅନ୍ୟତମ ପ୍ରତିଯୋଗୀ ଥିଲେ। ୨୦୧୬ରେ ସେ ତିନି ବର୍ଷ ପାଇଁ ଏସ୍‌ବିଆଇର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ।

ପରେ ୨୦୧୯ରେ ସେ ଦୁଇ ବର୍ଷର ସେବା ସମ୍ପ୍ରସାରଣ ଗ୍ରହଣ କରିଥିଲେ। ଦୀନେଶ ଖରା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ପୂର୍ବରୁ ଏସ୍‌ବିଆଇ ଫଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ପଦରେ ଥିଲେ।

ସେ ୧୯୮୪ରେ ପ୍ରୋବେସନାରୀ ଅଫିସର୍ ଭାବେ ଏସ୍‌ବିଆଇରେ ଯୋଗ ଦେଇଥିଲେ ଏବଂ ଏପ୍ରିଲ ୨୦୧୭ରେ ଏସ୍‌ବିଆଇର ପାଞ୍ଚଟି ସହାୟକ ବ୍ୟାଙ୍କ ଏବଂ ଭାରତୀୟ ମଳିହା ବ୍ୟାଙ୍କ ମିଶ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତେବେ ‌କରୋନା ମହାମାରୀ ହେତୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଏକ ବଡ଼ ସଙ୍କଟ ଦେଇ ଗତି କରୁଥିବା ବେଳେ ନୂତନ ଏସ୍‌ବିଆଇ ଅଧ୍ୟକ୍ଷଙ୍କ ପାଇଁ ଏହା ଏକ ଚ୍ୟାଲେଜିଂ କାର୍ଯ୍ୟକାଳ ରହିବ।

 

Leave A Reply

Your email address will not be published.