Latest Odisha News

BREAKING NEWS

ପରିବାର ପେନସନ୍ ସୁବିଧା ପାଉଥିବା ଭିନ୍ନକ୍ଷମଙ୍କ ଆୟସୀମା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଯେଉଁ ପରିବାର ପେନସନ୍ ଭୋଗୀ ଶାରୀରିକ ଓ ମାନସିକ ଭିନ୍ନକ୍ଷମ ହୋଇଥିବେ ସେମାନଙ୍କ ପାଇଁ ଥିବା ଆୟ ସୀମାକୁ ବୃଦ୍ଧି କରିଛନ୍ତି ସରକାର । ଫଳରେ ମୃତକଙ୍କ ଭିନ୍ନକ୍ଷମ ପିଲା ଏହା ଦ୍ବାରା ଉପକୃତ ହେବେ ଏବଂ ପରିବାର ପେନ୍‌ସନ ସେମାନେ ପୂର୍ବଭଳି ପାଇବେ । ଏହି ଆୟ ସୀମା ମାସିକ ୯୦୦୦ ଟଙ୍କା ଥିବା ବେଳେ, ସରକାର ଏହାକୁ ବଢ଼ାଇ ଦେଇଛନ୍ତି । ତେବେ ମାସିକ ଆୟରେ ପରିବାର ପେନସନ୍ ବାବଦ ଆୟକୁ ମିଶାଯିବ ନାହିଁ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପରିବାର ପେନସନ ସୁବିଧା ପାଉଥିବା ମୃତ ସାମରିକ କର୍ମଚାରୀଙ୍କ ଭିନ୍ନକ୍ଷମ ପିଲା ବା ଭାଇ ଭଉଣୀଙ୍କ ମାସିକ ଆୟ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାରୀରିକ ଓ ମାନସିକ ଅନଗ୍ରସର ଏଭଳି ପିଲାଙ୍କ ମାସିକ ଆୟ ସୀମା ଯାହା ୯୦୦୦ ଟଙ୍କା ଥିଲା ତାହାକୁ ବଢାଇ ଦିଆଯାଇଛି । ଏହି ପରିବାର ପେନ୍‌ସନ୍ ଭୋଗୀଙ୍କ ସମୁଦାୟ ମାସିକ ଆୟରେ ଏବେ ସେମାନେ ପାଉଥିବା ପେନସନ୍‌କୁ ମିଶା ଯାଇ ହିସାବ କରାଯିବ ନାହିଁ । ପେନସନ୍ ବ୍ୟତୀତ ସେମାନଙ୍କର ବିଭିନ୍ନ ସୂତ୍ରରୁ ମାସିକ ହେଉଥିବା ଆୟକୁ ହିଁ ବାସ୍ତବ ଆୟ ସୀମା ବିବେଚନା କରାଯିବ ।

ସମ୍ପୃକ୍ତ ଉତ୍ତରାଧିକାରୀଙ୍କ ଆୟ ମାସିକ ୯୦୦୦ ଟଙ୍କାରୁ କମ୍ ରହିଲେ ସେ ଜୀବନବ୍ୟାପି ପେନ୍‌ସନ୍ ସୁବିଧା ପାଇବେ । ୨୦୨୧ ଫେବୃୟାରୀ ୮ ତାରିଖରୁ ପିଛିଲା ଭାବେ ଏହା ଲାଗୁ ହେବ । ପରିବାର ପେନସନ୍ ସମ୍ପୃକ୍ତ ମୃତ କର୍ମଚାରୀଙ୍କ ଶେଷ ବେତନର ୩୦ ପ୍ରତିଶତ ଓ ଏହା ଉପରେ ମହଙ୍ଗା ଭତ୍ତା ଆକାରରେ ମିଳିଥାଏ । ଏବେ ସମ୍ପୃକ୍ତ ପେନସନ ଭୋଗୀଙ୍କ ସମୁଦାୟ ମାସିକ ଆୟରୁ ପରିବାର ପେନସନ୍‌କୁ ବାଦ ଦିଆଯାଇ ପ୍ରକୃତ ଆୟ ସୀମା ନିର୍ଦ୍ଧାରିତ ହେବ । ସରଳ ହିସାବରେ ମାସିକ ୯୦୦୦ ଟଙ୍କା ଓ ମହଙ୍ଗା ଭତ୍ତା ପାଉଥିବା ପରିବାର ପେନସନ୍ ହିତାଧିକାରୀଙ୍କୁ ମାସିକ ଅନ୍ୟାନ୍ୟ ଆୟ ଏହାଠାରୁ ଅଧିକ ହେଲେ ସେମାନଙ୍କୁ ପେନସନ୍ ସୁବିଧା ମିଳିବ ନାହିଁ ।

Leave A Reply

Your email address will not be published.