Latest Odisha News

BREAKING NEWS

ସୁପ୍ରିମକୋର୍ଟକୁ ଖୁବ ଶୀଘ୍ର ମିଳିପାରନ୍ତି ୫ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇବାକୁ ଥିବା ୫ ଜଣ ଜଜଙ୍କ ନିଯୁ୍କ୍ତିକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇପାରନ୍ତି । ଏହି ୫ ଜଣଙ୍କ ମଧ୍ୟରେ ୩ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବାବେଳେ  ୨ ଜଣ ହାଇେକାର୍ଟ ଜଜ ଅଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଗତ ଡିସେମ୍ବର ୧୩ ତାରିଖରେ ଏହି ୫ ଜଣଙ୍କ ନାମ ମଞ୍ଜୁରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ । ଏହି ତାଲିକାରେ ଅଛନ୍ତି ରାଜସ୍ଥାନ ହାଇକୋର୍ଟ ଚିଫ ଜଷ୍ଟିସ ପଙ୍କଜ ମିଥଲ, ପଟନା ହାଇକୋର୍ଟର ଚିଫ ଜଷ୍ଟିସ ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ଚିଫ ଜଷ୍ଟିସ ପିବି ସଞ୍ଜୟ କୁମାର ଏବଂ ପଟନା ହାଇକୋର୍ଟର ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ଆଲାହବାଦ ହାଇେକାର୍ଟ ଜଷ୍ଟିସ ମନୋଜ ମିଶ୍ର ।

ମିଳିଥିବା ଖବର ଅନୁଯାୟୀ, ଯଦି ଏହି ୫ ଜଣ ଜଜ ନିଯୁକ୍ତି ପାଆନ୍ତି ତେବେ ଏମାନଙ୍କୁ ମିଶାଇ ସୁପ୍ରିମକୋର୍ଟ ଜଜ ସଂଖ୍ୟା ୩୨ ହେବ । ସୁପ୍ରିମକୋର୍ଟରେ ପ୍ରଧାନବିଚାରପତିଙ୍କ ସମେତ ୩୪ ଜଣ ବିଚାରପତି ନିଯୁକ୍ତି ପାଇଥାନ୍ତି । ଏବେ ସୁପ୍ରିମକୋର୍ଟ ଜଜଙ୍କ ସଂଖ୍ୟା ୨୭ ଅଛି । ଗତ ୩୧ ତାରିଖରେ ସୁପ୍ରିମକୋର୍ଟ  କଲେଜିୟମ ୨ ଜଣଙ୍କ ନାଁ ସରକାରଙ୍କ ମଞ୍ଜୁରୀ ପାଇଁ ପଠାଇଥିଲେ । ଏଥିରେ ଆଲାହାବାଦ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କ ନାମ ସାମିଲ ଥିଲା ।

ତେବେ ଡିସେମ୍ବରର ତାଲିକାରେ  ଏବେ ଦିଆଯାଇଥିବା ତାଲିକାକୁ ନ ମିଶାଇବା ପାଇଁ କଲେଜିୟମ ନିବେଦନ କରିଛନ୍ତି ।କଲେଜିୟମର ଅନ୍ୟ ଏକ ସୁପାରିଶକୁ ନେଇ ବିବାଦ ଦେଖା ଦେଇଥିଲା । କଲେଜିୟମ ମାଡ୍ରାସ ହାଇକୋର୍ଟ ଆଇନଜୀବୀ ଲକ୍ଷ୍ମଣଚନ୍ଦ୍ର ଭିକ୍ଟୋରିଆ ଗୌରୀଙ୍କ ନାମ ମାଡ୍ରାସ ହାଇକୋର୍ଟ ଜଜ ଭାବେ ସୁପାରିଶ କରିଥିଲେ । ହେଲେ ବାର କାଉନସିଲର କିଛି ଓକିଲ ଏହାକୁ ବିରୋଧ କରି ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟ କଲେଜିୟମକୁ ପତ୍ର ଲେଖିଥିଲେ । ବାର କାଉନସିଲ ଅଭିଯୋଗ କରିଥଇଲା, ଗୌରୀ ଭାଜପା ସହ ସାମଲ ଅଛନ୍ତି ।  ଏପରି ନିଯୁକ୍ତି ଦ୍ୱାରା ନ୍ୟାୟପାଳିକାର ସ୍ୱତନ୍ତ୍ରତା ଦୁର୍ବଳ ହୋଇଯିବ ।

Leave A Reply

Your email address will not be published.