Latest Odisha News

BREAKING NEWS

ଷୋଡ଼ଶ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଫନି ବାତ୍ୟା ମୁକାବିଲା ଲାଗି ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ । ବିଧାନସଭାର ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ସରକାର ପ୍ରଥମ ଦିନରୁ ହିଁ ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ବାତ୍ୟା ଫନିର ଭୟାବହତା ତଥା ପ୍ରର୍ଯ୍ୟାପ୍ତ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ ରାଜ୍ୟପାଳ । ଏହି ଭୟାବହ ବାତ୍ୟାରେ କିପରି ରାଜ୍ୟ ସରକାର ମୁକାବିଲା କରି ସଫଳ ହୋଇଛନ୍ତି ସେ ନେଇ ସେ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

ଲଗାତର ୫ମଥର ଲାଗି କ୍ଷମତାକୁ ଆସିଥିବାରୁ ରାଜ୍ୟପାଳ ବିଜେଡ଼ି ସରକାରକୁ ଅଭିନନ୍ଦନ ଜଣାଇଥିଲେ । ଏହାପରେ ସେ ଲୋକସଭାର ଦିବଂଗତ ସାଂସଦ, ରାଜ୍ୟ ବିଧାନସଭାର ବିଧାୟକ, ପୋଲିସ କର୍ମୀ ଏବଂ ସେନାର ପରଲୋକଗତ ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ।

ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ:

୧ – ରାଜ୍ୟ ସରକାର ସଫଳତାର ସହିତ ଫନୀ ବାତ୍ୟାର ମୁକାବିଲା କରିଛନ୍ତି ।

୨ – ସରକାର ପ୍ରଥମ ଦିନରୁ ହିଁ ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।

୩ – ଭୟାବହତା ତଥା ପ୍ରର୍ଯ୍ୟାପ୍ତ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ ରାଜ୍ୟପାଳ । ବାତ୍ୟା ଫନିର ରାଜ୍ୟ ସରକାର ସଫଳତାର ସହିତ ମୁକାବିଲା କରିଛନ୍ତି । ଏଥିଲାଗି ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ ।

୪ – କାଳିଆ ଯୋଜନାରେ ସରକାର ଭୂମିହୀନ ଓ ଭାଗଚାଷୀ ଏପରିକି ଭୂମିହୀନ ଦୋକାନୀଙ୍କୁ ସାମିଲ କରିଛନ୍ତି ।

୫ – ରାଜ୍ୟରେ କୃଷିର ଉନ୍ନତି ହୋଇଛି ଏବଂ କୃଷକ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି ।

୬ – ମିଶନ ଶକ୍ତିରେ ରହିଥିବା ମହିଳା ଗୋଷ୍ଠୀଗୁଡ଼ିକୁ ୫ ହଜାର କୋଟି ଟଙ୍କାର କାର୍ଯ୍ୟ ଯୋଗାଇଦିଆଯିବାକୁ ସରକାରଙ୍କ ପ୍ରତିଶ୍ରୁତି ।

୭ – ରାଜ୍ୟର ପ୍ରତି ପଞ୍ଚାୟତ ଏବଂ ଜିଲ୍ଲାସ୍ତରରେ ମିଶନ ଶକ୍ତିକେନ୍ଦ୍ରର ଗୃହ ସ୍ଥାପନ କରାଯିବ ।

୮ – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାର ମହିଳା ହିତାଧିକାରୀଙ୍କ ଲାଗି ସହାୟତା ରାଶି ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

୯ – ଶିଳ୍ପାୟନର ନିଯୁକ୍ତିରେ ସ୍ଥାନୀୟ ବାସିନ୍ଦାଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ ସେଥିଲାଗି ସଂରକ୍ଷଣ ବ୍ୟବସ୍ଥା କରାଯାଉଛି ।

୧୦ – ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପର୍ଯ୍ୟାପ୍ତ ଭାବେ ବିକଶିତ ହୋଇଛି । ରାଜ୍ୟରେ ବିଶ୍ୱସ୍ତରୀୟ ହକି ଖେଳାଳି ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକର ହକି ଷ୍ଟାଡ଼ିୟମରେ ଆଷ୍ଟ୍ରୋ ଟର୍ପ ବିଛାଯାଇଛି ।

୧୧ – ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ରୂପାନ୍ତରିତ କରିବାକୁ ଯୋଜନା ଚାଲିଛି ।

୧୨ – ରାଜ୍ୟର ସମସ୍ତ ଭିନ୍ନକ୍ଷମ, ଗରିବ ବୃଦ୍ଧ/ବୃଦ୍ଧା ଏବଂ ବିଧବା ମାନଙ୍କ ଲାଗି ଭତ୍ତା ବ୍ୟବସ୍ଥା ।

୧୩ – କଟକ ଓ ଭୁବନେଶ୍ୱରକୁ ମେଟ୍ରୋ ରେଳ ବ୍ୟବସ୍ଥା ଯୋଗାଇଦେବାକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ସହିତ ଆଲୋଚନା ।

୧୪ – କଟକକୁ ଏକ ଐତିହ୍ୟ ସମ୍ପନ୍ନ ତଥା ସାଂସ୍କୃତିକ ସହର ଭାବେ ଗଢିତୋଳିବାକୁ ସଂକଳ୍ପବଦ୍ଧ ।

୧୫ – ପୁରୀକୁ ଏକ ସାଂସ୍କୃତିକ ସହର ଭାବେ ଗଢି ତୋଳିବାକୁ କାର୍ଯ୍ୟ ଜାରି ରହିଛି ।

୧୬ – ଆସନ୍ତା ୩ ବର୍ଷ ମଧ୍ୟରେ ଓଡ଼ିଶାରେ ଆଉ ଅଧିକ ୫ଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା ।

Leave A Reply

Your email address will not be published.