Latest Odisha News

BREAKING NEWS

ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ସର୍ବାଧିକ ମୋବାଇଲ ଡାଟା ବ୍ୟବହାର କରୁଛନ୍ତି

ଭୁବନେଶ୍ୱର: ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନର ବହୁତସାରା ମୋବାଇଲ ଡାଟା ବ୍ୟବହାର କରିଥାନ୍ତି । ଏରିକସନ୍ ମୋବିଲିଟି ରିପୋର୍ଟ ଜୁନ୍ ୨୦୧୯ ସଂସ୍କରଣ ଅନୁସାରେ ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀ ବିଶ୍ୱରେ ସର୍ବାଧିକ ମୋବାଇଲ୍ ଡାଟା ବ୍ୟବହାରକାରୀ ଅଟନ୍ତି । ଭାରତରେ ବିଶେଷ ରୁପରେ ମାସିକ ବ୍ୟବହାର ହାର ସର୍ବାଧିକ ରହିଛି, ଯାହା ୨୦୧୮ ଶେଷ ସୁଦ୍ଧା ୯.୮ ଜିଗାବାଇଟ୍ (ଜିବି) ପର୍ଯ୍ୟନ୍ତ ପହଂଚିଯାଇଛି ।

ଏଲ.ଟି.ଇ ସଦସ୍ୟତା ସଂଖ୍ୟାରେ ବୃଦ୍ଧି, ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ଦ୍ୱାରା ଦିଆଯାଉଥିବା ଆକର୍ଷଣୀୟ ଡାଟା ପ୍ଲାନ୍, ଶୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର ଓ ଯୁବ ବର୍ଗଙ୍କର ନୂଆ ନୂଆ ଭିଡିଓ ଦେଖିବାର ଅଭ୍ୟାସ ଡାଟା ବ୍ୟବହାର ବୃଦ୍ଧିର ମୁଖ୍ୟ କାରଣ ବୋଲି ଏରିକସନ୍ ମୋବିଲିଟି ରିପୋର୍ଟରେ ଦର୍ଶାଯାଇଛି ।

ଚିନ୍ ସମେତ ଉତ୍ତର ପୂର୍ବ ଏସିୟ ଦେଶ ଗୁଡିକରେ ମାସକୁ ହାରାହାରି ୭.୧ ଜିବି ଡାଟା ବ୍ୟବହାର କରାଯାଉଥିବା ବେଳେ ଉତ୍ତର ଆମେରିକାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ପ୍ରତି ମାସ ୭ ଜିବି ଡାଟା ବ୍ୟବହାର କରିଥାନ୍ତି ।

Leave A Reply

Your email address will not be published.