Latest Odisha News

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି ।

ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ ଓ ଅନୁଗୁଳ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି.ବେଗରେ ପବନ ବହିବା ସହ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.