Latest Odisha News

BREAKING NEWS

ବିଶ୍ୱର ସବୁଠାରୁ ଦାମୀ ଘଣ୍ଟା ବାବଦରେ ଜାଣିଛନ୍ତି କି?

ଆଜିକାଲି ସମସ୍ତେ ସ୍ମାର୍ଟ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ ସ୍ମାର୍ଟ ଘଣ୍ଟାର ଅଧିକ ଲୋକପ୍ରିୟତା ଯୋଗୁଁ ଦିନକୁ ଦିନ ହାତଘଣ୍ଟାର ଚାହିଦା କମିବାରେ ଲାଗିଛି । ତେବେ ଏବେ ବି ଏମିତି କିଛି ଅଛନ୍ତି ଯେଉଁମାନେ ହାତଘଣ୍ଟା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ଆଉ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ତେବେ ବିଶ୍ୱର ସବୁଠାରୁ ଦାମୀ ଘଣ୍ଟା ବାବଦରେ ଆପଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆମେ ଆଜି ଆପଣଙ୍କୁ ଏବାବଦରେ ସୂଚନା ଦେବୁ । ଦୁନିଆର ସବୁଠୁ ଦାମୀ ଘଣ୍ଟା ବିଷୟରେ କହିବାକୁ ଗଲେ ଏହା ହେଉଛି ଗ୍ରାଣ୍ଡମାଷ୍ଟର ଚି଼ମେ । ସ୍ୱିଜରଲାଣ୍ଡର ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିବା ଏହି ଘଣ୍ଟା ନିଜର ଆକର୍ଷଣୀୟ ଲୁକ ସାଙ୍ଗକୁ ଅନନ୍ୟ ବୈଶିଷ୍ଟ୍ୟ ପାଇଁ ବେଶ ଜଣାଶୁଣା ।

ଷ୍ଟେନଲେସ ଷ୍ଟିଲରେ ନିର୍ମିତ ଏହି ଘଣ୍ଟାରେ ୨୦ଟି ଅନନ୍ୟ ବୈଶିଷ୍ଟ୍ୟ ଅଛି । ୨୦୧୯ ମସିହାରେ ବିଶ୍ୱର ସବୁଠାରୁ ମହଙ୍ଗା ଘଣ୍ଟା ଭାବେ ସ୍ୱିଜରଲ୍ୟାଣ୍ଡର ଏକ ଘଣ୍ଟା କମ୍ପାନୀ ଦ୍ୱାରା ଏହା ବିକ୍ରି ହୋଇଥିଲା, ଯାହାର ମୂଲ୍ୟ ପ୍ରାୟ ୩୧ ମିଲିୟନ୍ ସ୍ୱିସ୍ ଫ୍ରାଙ୍କ୍ ଥିଲା | ଯଦି ଭାରତୀୟ ଟଙ୍କାରେ ହିସାବ କରାଯାଏ, ଏହି ଘଣ୍ଟାର ମୂଲ୍ୟ ପାଖାପାଖି ୨୨୬ କୋଟି ଟଙ୍କା ଥିଲା | ଏହି ଘଣ୍ଟାକୁ ନିଲାମ କରାଯାଇଥିଲା ଏବଂ ନିଲାମରୁ ମିଳିଥିବା ଅର୍ଥକୁ ଏକ ସ୍ବେଛାସେବୀ ସଙ୍ଗଠନକୁ ଦାନ କରାଯାଇଥିଲା | ତେବେ, ଏହା ପୂର୍ବରୁ, ୨୦୧୭ ରେ ସବୁଠାରୁ ମହଙ୍ଗା ଘଣ୍ଟା ପ୍ରାୟ ୧୨୭ କୋଟି ଟଙ୍କାରେ ବିକ୍ରି ହୋଇଥିଲା |

Leave A Reply

Your email address will not be published.