Latest Odisha News

BREAKING NEWS

ଅକ୍ଷୟ କୁମାରଙ୍କ ପରେ କରୋନା ସଂକ୍ରମିତ ହେଲେ ଗୋବିନ୍ଦା

ମୁମ୍ବାଇ:  ବଲିଉଡରେ କରୋନା ପ୍ରକୋପ ବଢୁଛି । ବଲିଉଡ କଳାକାର ମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ପ୍ରଥମେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା । ଏବେ ଗୋବିନ୍ଦା ବି କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ଗୋବିନ୍ଦା ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଗୋବିନ୍ଦା ପଜିଟିଭ୍ ଚିହ୍ନଟ ହେବା କଥା ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି ।

କୋଭିଡ କଟକଣାକୁ ଠିକ୍ ଭାବେ ପାଳନ କରୁଥିବା ଗୋବିନ୍ଦା ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କରୋନା  ହାଲକା ଲକ୍ଷଣ ରହିଛି । ଗୋବିନ୍ଦାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ତାଙ୍କ ପତ୍ନୀ ସୁନୀତା ଆହୁଜା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.