Latest Odisha News

BREAKING NEWS

ଶିବସେନାରେ ସାମିଲ ହେଲେ ଗୋବିନ୍ଦା; କହିଲେ, ‘ବନବାସ ସାରି ରାମ ରାଜ୍ୟକୁ ଫେରିଲି’

ମୁମ୍ବାଇ: ଶିବସେନାରେ ସାମିଲ ହେଲେ ବିଲଉଡ ଅଭିନେତା ଗୋବିନ୍ଦା । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି । ଗୋବିନ୍ଦାଙ୍କୁ ଶିବସେନାରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ବୁଧବାର ଗୋବିନ୍ଦା ଶିନ୍ଦେ କ୍ୟାମ୍ପ ନେତା ତଥା ପୂର୍ବ ବିଧାୟକ କୃଷ୍ଣା ହେଗଡେଙ୍କୁ ଭେଟିଥିଲେ ।

ସିନ୍ଦେଙ୍କ ପାର୍ଟି ଗୋବିନ୍ଦାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍‌ ଦିଏ ତେବେ ଏହି ଆସନରୁ ଉଦ୍ଧବ ଠାକରେଙ୍କ ଶିବସେନା ତରଫରୁ ଅମୋଲ କିର୍ତ୍ତୀକରଙ୍କ ବିପକ୍ଷରେ ଲଢିବେ ।

ଶିବସେନାରେ ସାମିଲ ହେବାପରେ ଗୋବିନ୍ଦା କହିଛନ୍ତି, ‘ମୋର ବନବାସ ଶେଷ ହୋଇଛି । ସିନ୍ଦେଜୀଙ୍କ ଅଧୀନରେ ଚାଲିଥିବା ରାମ ରାଜ୍ୟରେ ମୁଁଏବେ ପ୍ରବେଶ କରିଛି । ୨୦୦୪ ରୁ ୨୦୦୯ ଯାଏଁ ମୁଁ ରାଜନୀତିରେ ଥିଲି । ତାହା ୧୪ ତମ ଲୋକସଭା ଥିଲା । ଆଉ ଏବେ ଗୋଟିଏ ଚମତ୍କାର ସଂଯୋଗ ଘଟିଛି କହିଲେ ଅତ୍ୟୁକ୍ତି ହେବନି । ଏବେ ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ମୁଁ ରାଜନୀତିକୁ ଫେରିଛି’।

ଏହା ପୂର୍ବରୁ ଗୋବିନ୍ଦା ୨୦୦୪-୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ । ସେ କଂଗ୍ରେସ ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ । ଗୋବିନ୍ଦା ମୁମ୍ବାଇ ନର୍ଥ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେତେବେଳେ ସେ ବିଜେପିର ରାମ ନାଇକଙ୍କୁ ପରାସ୍ତ କରିଥିଲେ ।

୨୦୦୯ ଯାଏଁ ସେ ରାଜନୀତିରେ ବେଶ ସକ୍ରିୟ ଥିଲେ । ଏହାପରେ ୨୦୧୦ ରୁ ୨୦୨୪ ଯାଏଁ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳି ନଥିଲା । ହେଲେ ଚଳିତ ବର୍ଷର ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିକୁ ଫେରିଛନ୍ତି ।

Leave A Reply

Your email address will not be published.