Latest Odisha News

BREAKING NEWS

‘ମୁଁ ମୋ ନିଜ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛି, ଆଉ କାହାକୁ ଗୁରୁତ୍ୱ ଦେଉନାହିଁ’

ପୁରୀ: ବିଜେପିରୁ ପୁଣି ଲୋକସଭା ପ୍ରାର୍ଥୀ ଭାବେ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ଲଢ଼ିବେ । ଏନେଇ ବିଜେପି ଘୋଷଣା କରିବାପରେ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବ ପୁର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଶ୍ରୀଜିଉଙ୍କୁ ଦର୍ଶନ ପରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଆରାଧ୍ୟ ଦେବତା । ତାଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇ ପାରିବ ନାହିଁ । ଏଣୁ ନିର୍ବାଚନ ଲଢ଼ିବା ପୁର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଯାଇଥିଲେ । ତେବେ ତାଙ୍କୁ ଦଳ ପୁଣି ପ୍ରାର୍ଥୀ କରିଥିବାରୁ ସେ ବିଜେପି ର ନେତୃବୃନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଅପରାଜିତା କହିଛନ୍ତି, ‘ଭୁବନେଶ୍ଵର ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ଗତ ପାଞ୍ଚ ବର୍ଷ ହେବ ସେ ଅନେକ କାର୍ଯ୍ୟ କରିଛନ୍ତି । ଏହାର ରପୋର୍ଟ କାର୍ଡ ସେ ଜନସାଧାରଣ ଙ୍କୁ ଦେଇ ସାରିଛନ୍ତି । ତେବେ ଅନେକ କାର୍ଯ୍ୟ ହୋଇଥିବା ବେଳେ ଆହୁରି କିଛି କାର୍ଯ୍ୟ ମଧ୍ୟ ବାକି ଅଛି । ଭୁବନେଶ୍ବରରେ ଭଲ ଡ୍ରେନେଜ୍ ବ୍ୟବସ୍ଥା, ବସ୍ତି ବାସିନ୍ଦାଙ୍କ ପାଇଁ ଉନ୍ନତିକରଣ କାର୍ଯ୍ୟ, ଗ୍ରାମାଞ୍ଚଳରେ ପାନୀୟ ଜଳ, ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ତାଙ୍କ ଲକ୍ଷ୍ୟ ରହିଛି’ ।

ସେ ଆହରି କହିଛନ୍ତି, ‘କିଛି ଦିନ ତଳେ ମୋଦି ଜୀ ଚଣ୍ଡିଖୋଲ ଆସିଥିଲେ । ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଥିଲା । ସମସ୍ତେ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦି ଙ୍କୁ ଚାହୁଁଛନ୍ତି । ତେବେ ଓଡ଼ିଶାର ଭୋଟର୍ ଭାଇ ମାନେ ଏହି ସ୍ଵପ୍ନକୁ ସାକାର କରିବାକୁ ହେଲେ ୨୧ ଟି ରୁ ୨୧ ଟି ଲୋକସଭା ଆସନରେ ବିଜେପିକୁ ଜିତାଇ ମୋଦି ଜୀ ଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରନ୍ତୁ ଓ ଏଥିସହିତ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ର ସରକାର ଲୋକମାନେ କରନ୍ତୁ ବୋଲି ଅପରାଜିତା ଆହ୍ଵାନ ଦେଇଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଢେ଼ ଚାରି କୋଟି ଓଡିଆ ବେଶ୍ ପସନ୍ଦ କରୁଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ସରକାର ଗଠନ ପାଇଁ ମହାପ୍ରଭୁ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ ବୋଲି ଅପରାଜିତା କହିଛନ୍ତି । ତେବେ ସେ ନିଜେ ନିଜ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କ ପ୍ରତିପକ୍ଷରେ କିଏ ପ୍ରାର୍ଥୀ ଅଛି ସେ ତାହାକୁ ଗୁରୁତ୍ଵ ଦେଉନାହାନ୍ତି । ସେ କିଭଳି ଆହୁରି ଭଲ କରିବେ ସେ ଦିଗରେ କାର୍ଯ୍ୟ କରୁଥିବା ଅପରାଜିତା କହିଛନ୍ତି । ପୁଣି ସେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ର ବାସିନ୍ଦା ଙ୍କ ସେବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ସମସ୍ତେ ତାଙ୍କୁ ଆଶୀର୍ବାଦ ଦେବେ ବୋଲି ଅପରାଜିତା ଆଶା ରଖିଛନ୍ତି ।

Leave A Reply

Your email address will not be published.