Latest Odisha News

BREAKING NEWS

ବିଗିଡିଲା ସ୍ବାସ୍ଥ୍ୟବସ୍ଥା, ପ୍ରଚାର ଅଧାରୁ ଫେରିଲେ ଗୋବିନ୍ଦା

ମୁମ୍ବାଇ: ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲାରେ ଶନିବାର ଦିନ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡି ଯାଇଥିଲା। ସେ ସମୟରେ ରାଜ୍ୟରେ ଶାସକ ଦଳ ପାଇଁ ଏକ ରୋଡ୍ ଶୋ’ରେ ପ୍ରଚାର କରୁଥିଲେ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଅଭିନେତା ରୋଡ ଶୋ ଛାଡି ଅଧାରୁ ମୁମ୍ବାଇ ଫେରିଯାଇଥିଲେ। ତେବେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ତେବେ ରୋଡ୍ ଶୋ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଶି ପ୍ରଚାର କରିଥିଲେ।

ଅଧିକ ପଢନ୍ତୁ- ଗୁଳି ବାଜିବା ନେଇ ଗୋବିନ୍ଦାଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ କ୍ରାଇମ ବ୍ରାଂଚ

Comments are closed.