ମୁମ୍ବାଇ: ବଲିଉଡ୍ର ‘ହିରୋ ନଂ ୧’ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କ ଛାଡପତ୍ର ଖବର ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି । କୁହାଯାଉଛି, ୬ ମାସ ପୂର୍ବରୁ ସୁନୀତା ଗୋବିନ୍ଦାଙ୍କୁ ଡିଭୋର୍ସ ନୋଟିସ୍ ପଠାଇଥିଲେ । ଆଉ ଦୀର୍ଘ ୩୭ ବର୍ଷ ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲା । ଏହି ଗୁଜବ ଭିତରେ ଏବେ ମୁହଁ ଖୋଲିଛନ୍ତି ସୁନିତା । ଏଥିସହ ଆମଙ୍କୁ କେହି ଅଲଗା କରିପାରିବେ ନାହିଁ ବୋଲି କହିଛନ୍ତି ସୁନିତା । ତେବେ ଏହାରି ଭିତରେ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜା ତାଙ୍କର ୨୮ତମ ଜନ୍ମଦିନ ପାଳନ କରିଛନ୍ତି। ଏଥିପାଇଁ ଏକ ଭବ୍ୟ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା। ପାର୍ଟିର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଭାଇରାଲ ହେଉଥିବା ଏହି ଭିଡିଓ ଗୁଡ଼ିକରେ ଗୋବିନ୍ଦାଙ୍କୁ କେଉଁଠାରେ ମଧ୍ୟ ଦେଖିବାକୁ ମିଳିନଥିଲା ।
ସୂଚନା ଅନୁସାରେ, ୟଶବର୍ଦ୍ଧନ ଆହୁଜାଙ୍କ ଜନ୍ମଦିନର ଏକ ଭିଡିଓ ତାଙ୍କ ଫ୍ୟାନ ପେଜରେ ସେୟାର କରାଯାଇଛି। ଏହି ଭିଡିଓରେ, ୟଶ ତାଙ୍କ ମାଆ ସୁନୀତା ଏବଂ ଭଉଣୀ ଟିନା ଆହୁଜାଙ୍କ ସହ କେକ୍ କାଟୁଥିବାର ଦେଖିବାର ମିଳିଛି । ତେବେ ପାର୍ଟିରେ ଗୋବିନ୍ଦା ଅନୁପସ୍ଥିତ ଥିବା ଜଣାପଡିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏବେ ପୁଣି ଥରେ ଲୋକମାନେ ଅଭିନେତା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଫାଟକୁ ନେଇ ଚର୍ଚ୍ଚା କରୁଛନ୍ତି ।
View this post on Instagram
ତେବେ କହିରଖୁଛୁ ଯେ, ୟଶବର୍ଦ୍ଧନଙ୍କ ଏହି ଭିଡିଓ ଏହି ବର୍ଷର ନୁହେଁ ବରଂ ୨୦୨୩ ମସିହାର। ଯେତେବେଳେ ସେ ପେପ୍ସଙ୍କ ସହିତ କେକ୍ କାଟିଥିଲେ। ସେପଟେ ମାର୍ଚ୍ଚ ୧ ତାରିଖରେ ୟଶବର୍ଦ୍ଧନଙ୍କ ଜନ୍ମଦିନ ବହୁତ ଧୁମଧାମରେ ପାଳନ କରାଯାଇଥିଲା। ଯେଉଁଥିରେ ତାଙ୍କ ପରିବାର ସହିତ ଅନେକ ବିଶେଷ ବନ୍ଧୁବାନ୍ଧବ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ପାର୍ଟିର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୟଶବର୍ଦ୍ଧନ ରବିନା ଟଣ୍ଡନଙ୍କ ଝିଅ ରାଶା ଥାଡାନିଙ୍କ ସହ ‘ଆଖିୟୋଁ ସେ ଗୋଲି ମାରେ’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି । ପ୍ରଶଂସକମାନେ ଉଭୟଙ୍କ ଭିଡିଓକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ରାଶା ତାଙ୍କ ଇନଷ୍ଟାରେ ୟଶବର୍ଦ୍ଧନଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ତେବେ ଏହି ପାର୍ଟିରେ ମଧ୍ୟ ଗୋବିନ୍ଦା କୌଣସି ସ୍ଥାନରେ ଦେଖିବାକୁ ମିଳିନଥିଲେ ।
କହିରଖୁଛୁ ଯେ, ଛାଡପତ୍ର ଗୁଜବ ଭିତରେ ଶେଷରେ ମୁହଁ ଖୋଲିଛନ୍ତି ସୁନିତା ଆହୁଜା । ସୁନୀତା ସ୍ପଷ୍ଟ କରିଛନ୍ତି, ଯେତେବେଳେ ଗୋବିନ୍ଦା ରାଜନୀତିରେ ଏଣ୍ଟ୍ରି କଲେ, ତାଙ୍କ ଝିଅ ବଡ଼ ହେଉଥିଲା । ଏହି ସମୟରେ ତାଙ୍କ ଘରକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଯିବାଆସିବା ଲାଗି ରହୁଥିଲା । ଘରେ ବଢିଲା ଝିଅ ଅଛି, ଆମେ ଅଛୁ, ଆମେମାନେ ଘରେ ସାଧାରଣତଃ ଛୋଟ ପୋଷାକରେ ବୁଲିଥାଉ । ଏହି କାରଣରୁ ଆମେ ପାଖରେ ଏକ ଅଫିସ୍ ନେଇଥିଲୁ । ତେବେ ଏ ଦୁନିଆରେ କେହି ବି ତାଙ୍କୁ ଓ ଗୋବିନ୍ଦାଙ୍କୁ ଅଲଗା କରିପାରିବେନି ବୋଲି କହିଛନ୍ତି ସୁନୀତା ଆହୁଜା ।
Comments are closed.