Latest Odisha News

BREAKING NEWS

ଏଣିକି କରୋନା ଚିକିତ୍ସା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ନଗଦ ଦେୟ ଗ୍ରହଣ କରିପାରିବେ ସରକାରୀ ଡାକ୍ତରଖାନା, ନର୍ସିଂହୋମ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଶୁକ୍ରବାର ଦିନ ବିଜ୍ଞପ୍ତି ଜାରି କରି ଡାକ୍ତରଖାନା ଏବଂ ନର୍ସିଂହୋମକୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ନଗଦ ଦେୟ ଗ୍ରହଣ କରିବାକୁ ଅନୁମତି ଦେଇଛି।

ବିଜ୍ଞପ୍ତି ଅନୁଯାୟୀ, ରୋଗୀଙ୍କୁ କୋଭିଡ-୧୯ ଚିକିତ୍ସା ଯୋଗାଉଥିବା ଡାକ୍ତରଖାନା, ଡିସପେନସାରି, ନର୍ସିଂହୋମ, କୋଭିଡ୍‌ କେୟାର ସେଣ୍ଟର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସୁବିଧା “ଆୟକର ଅଧିନିୟମର ଧାରା 269ST ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କରାଯାଇଛି”।

କଳା ଟଙ୍କାକୁ ରୋକିବା ପାଇଁ ୨୦୧୭ ରେ କେନ୍ଦ୍ର ସରକାର ଏହି ନିୟମ ପ୍ରବର୍ତ୍ତନ କରିଥିଲେ।

ଏ ନେଇ ଜଣେ ଅଧିକାରୀ କହିଛନ୍ତି ଯେ ଚିକିତ୍ସା ପାଇଁ ଡାକ୍ତରଖାନା ପରିଦର୍ଶନ କରୁଥିବା କୋଭିଡ-୧୯ ରୋଗୀଙ୍କ ସମ୍ପର୍କୀୟ ତଥା ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଅସୁବିଧା ଦୂର କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.