Latest Odisha News

ଲକଡାଉନ୍‌ରେ ସକ୍ରିୟ ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ !

ସୋନପୁର: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ଜାରି ହୋଇଛି ଲକଡାଉନ୍ । ହେଲେ ଏହି ଲକଡାଉନ୍‌କୁ ସୁବର୍ଣ୍ଣ ସୁଯୋଗ ଭାବି ସକ୍ରିୟ ହୋଇଛନ୍ତି ଲୁହା ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ୍ । ବେଶ କିଛି ଦିନ ହେବ ସୋନପୁର ଉଲୁଣ୍ଡା ଥାନା ଅଂଚଳରେ ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ ସକ୍ରିୟ ହୋଇଥିବା ସୂଚନା ରହିଛି ।

ଗତକାଲି ବିଳମ୍ବିତ ରାତିରେ ମାଟୁପାଲି ଗାଁ ନିକଟରେ ଇଲେକ୍ଟ୍ରିକ୍ ପୋଲି ଚୋରି କରୁଥିବାବେଳେ ଜଣେ ଚୋରକୁ କାବୁ କରି ଲୋକେ ପୋଲିସରେ ଜିମା ଦେଇଥିଲେ । ତେବେ ଘଟଣାସ୍ଥଳରୁ ଆଉ ୪ଜଣ ଚମ୍ପଟ୍ ମାରିଥିଲାବେଳେ ଚୋରି ପାଇଁ ବ୍ୟବହୃତ ଗ୍ୟାସ୍ କଟର୍‌, ଗୋଟିଏ ବୋଲେରୋ ଗାଡି ଓ ଲୁହା ଖୁଣ୍ଟ ମଧ୍ୟ ଜବତ ହୋଇଥିଲା । ଗିରଫ ଚୋରକୁ ପୋଲିସ ପଚରଉଚରା କରୁଥିଲାବେଳେ ଫେରାର ଅନ୍ୟ ସହଯୋଗୀକୁ ଧରିବା ଲାଗି ଜାରି ରହିଛି ତନାଘନା ।

Leave A Reply

Your email address will not be published.