Latest Odisha News

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ 2-DG ଔଷଧ ବ୍ୟବହାର ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଆଉ ଏକ ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ (2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ 2-DG ଥେରାପି ଭାବେ ଦିଆଯାଇ ପାରିବ । ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଇ ପାରିବ ବୋଲି ଡିଆରଡିଓ ସୂଚନା ଦେଇଛି ।

ଡିଆରଡିଓର ଲାବ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଡକ୍ଟର ରେଡ୍ଡୀ ଲାବ୍ରୋଟୋରୀ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । 2-DGର କ୍ଲିନିକାଲ୍ ପରୀକ୍ଷଣ ବେଳେ ରୋଗୀ ଶୀଘ୍ର ସୁସ୍ଥ ହେଉଥିବା ଏବଂ ଅକ୍ସିଜେନ ଉପରେ ନିର୍ଭରତା କମିଥିବା ଜଣାପଡ଼ିଛି ।

2-DG ଦିଆଯାଇଥିବା ଅଧିକାଂଶ ସଂକ୍ରମିତଙ୍କ କୋଭିଡ୍ ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ଆସିଛି । ଏଥିସହ ଲକ୍ଷଣ ଥିବା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି । ପାଉଡର ପ୍ୟାକେଟରେ ଆସୁଥିବା 2-DG ଔଷଧକୁ ପାଣିରେ ମିଶାଇ ପିଇବାକୁ ପଡ଼ିଥାଏ । ଏହା ଭୂତାଣୁ ଦ୍ୱାରା ସଂକ୍ରମିତ କୋଷ ସହ ଲଢ଼ି ଶକ୍ତି କରିଥାଏ ବୋଲି ଡିଆରଡିଓ ସୂଚନା ଦେଇଛି ।

Leave A Reply

Your email address will not be published.