Latest Odisha News

BREAKING NEWS

ରେମଡିସିଭିର ଉତ୍ପାଦନ ବୃଦ୍ଧିକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି କରୋନା ମହାମାରୀ । ସଂକ୍ରମଣ ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ମହାମାରୀକୁ ମୁକାବିଲା କରାଯିବ ସେନେଇ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଉଛି । ହେଲେ ଏବେ ଟିକାର ଅଭାବ ଦେଖାଦେବା ପରେ ରେମଡିସିଭିର ଟିକା ତିଆରି କରୁଥିବା ଦେଶର ୭ କମ୍ପାନୀଙ୍କୁ ଉତ୍ପାଦନ ବୃଦ୍ଧି ପାଇଁ ଆଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ରେମଡିସିଭିର ଇଂଜେକ୍ସନ ଉତ୍ପାଦନ କରୁଥିବା ୭ କମ୍ପାନୀଙ୍କ ଉତ୍ପାଦନ କ୍ଷମତା ମାସିକ ପାଖାପାଖି ୩୯ ଲକ୍ଷ ଶିଶି । ସାତଟି ଅତିରିକ୍ତ କ୍ଷେତ୍ରରେ ମାସିକ ୧୦ ଲକ୍ଷ ଶିଶି ଉତ୍ପାଦନ ପାଇଁ ୬ ନିର୍ମାତାଙ୍କୁ ଅନୁମତି ଦିଆଯାଇଛି । ମାସିକ ଆହୁରି ଅତିରିକ୍ତ ୩୦ ଳକ୍ଷ ଶିଶି ଉତ୍ପାଦନ ଲାଗି ଯୋଜନା କରାଯାଇଛି । ଏହା ଫଳରେ ମାସିକ ଉତ୍ପାଦନ କ୍ଷମତା ପାଖାପାଖି ୭୮ ଲକ୍ଷ ଶିଶିରେ ପହଞ୍ଚିବ । ସରକାର ଏହି କମ୍ପାନୀଙ୍କୁ ସମସ୍ତ ଆବଶ୍ୟକୀୟ ଅନୁମତି ଦେଇଛନ୍ତି । ଉତ୍ପାଦକ ଯେପରି ତୁରନ୍ତ ଉତ୍ପାଦନ ବଢାଇ ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ।

ଦେଶରେ ରେମଡିସିଭିରର ଉପଲବ୍ଧତା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ, ସାରା ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ରେମଡିସିଭିର ଇଂଜେକ୍ସନ ଉତ୍ପାଦନ କରୁଥିବା ସମସ୍ତ ୭ କମ୍ପାନୀର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।

Leave A Reply

Your email address will not be published.