Latest Odisha News

BREAKING NEWS

ପରିବର୍ତ୍ତନ ହେଲା ସରକାରୀ ବ୍ୟାଙ୍କ ସମୟ: ଜାଣନ୍ତୁ, କେତେ ସମୟ ଯାଏଁ କରିପାରିବେ ବ୍ୟାଙ୍କ କାର୍ଯ୍ୟ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ନିଜ କର୍ଯ୍ୟ ସମୟ ରେ ପରିବର୍ତ୍ତନ କରିବ । ଯଦି ଆପଣ ବ୍ୟାଙ୍କ ରେ ଟଙ୍କା ଉଠାଉଥାନ୍ତି ବା ଯମା କରୁଥାନ୍ତି ତାହାଲେ ଏ ଖବର ବେଶ ମହତ୍ତ୍ୱପୂର୍ଣ ଅଟେ। ଏବେ ସରକାରୀ ବ୍ୟାଙ୍କ ଗ୍ରାହକ ପାଇଁ ବ୍ୟାଙ୍କ ଖୋଲା ଓ ବନ୍ଦ ସମୟ ସମ୍ପର୍କିତ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହା ସବୁ ବ୍ୟାଙ୍କ ପାଇଁ କାମ କରିବ ।

ସରକାରୀ ବ୍ୟାଙ୍କରେ ସମୟ ବଦଳିବ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜମା ହେବ ଟଙ୍କା :

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାରୀ ବ୍ୟାଙ୍କର ଖୋଲିବା ସମୟ ପରିବର୍ତ୍ତନ ହୋଇଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନ ରୁ ଏହା ପ୍ରଥମେ ଆରମ୍ଭ ହେବ । ଏବେ ସରକାରୀ ବ୍ୟାଙ୍କ ସକାଳ ୧୧ ଟା ଠାରୁ ଆରମ୍ଭ ହୋଇ ୫ ଟା ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ହେବ । ଆଗରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟଙ୍କା ଜମା ହେଉଥିବାବେଳେ ଏବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟଙ୍କା ଜମା ହୋଇପାରିବ । ଏବେ ରାଜସ୍ଥାନ ରେ ଏହି ସମୟ ପରିବର୍ତ୍ତନ ହୋଇସାରିଛି । ଏବେ ନୂଆ ନିୟମ ଅନୁସାରେ ଟଙ୍କା ଜମା ବା ଉଠାଣ ଏବେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ହୋଇପାରିବ। ଏହି ଆଦେଶ ଷ୍ଟେଟ ଲେବେଲ ବ୍ୟାଙ୍କରସ କମିଟି ଏହି ନିଷ୍ପତ୍ତି ନେଇଛି ।

କାହିଁକି ବଦଳିଲା ଏହି ନିୟମ:

ବିତ୍ତ ମନ୍ତ୍ରାଳୟ ପୂର୍ଵ ବର୍ଷ ସରକାରୀ ନିୟନ୍ତ୍ରଣରେ ଥିବା ବ୍ୟାଙ୍କ କାର୍ଯ୍ୟ ସମାନ ରଖିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ହେଲେ ବିଭିନ୍ନ ବ୍ୟାଙ୍କ ର ତାଳମେଳ ରହୁନଥିବା ହେତୁ ଏହା କାର୍ଯ୍ୟକାରୀ ହୋଇପାରୁନଥିଲା । ଏବେ ସମୟ ପରିବର୍ତ୍ତନ ପରେ ବ୍ୟାଙ୍କର ବ୍ୟାବସାୟିକ କାରବାର ସକାଳ ୧୧.୦୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୦୦ ପର୍ଯ୍ୟନ୍ତ ରହିବ । କିଛି ବ୍ୟାଙ୍କରେ ଏହା ସକାଳ ୧୧.୦୦ ରୁ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ହେଉଛି । ଏହି ଅନ୍ୟ ଇଲାକାରେ ଏହା ସକାଳ ୧୦.୦୦ ରୁ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ହେଉଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ବ୍ୟାଙ୍କ ଖୋଲିବା ପାଇଁ ତିନୋଟି ଅପ୍ସନ ବିକଳ୍ପ ଦିଆଯାଇଥିଲା, ପ୍ରଥମ- ସକାଳ ୯ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ, ଦ୍ୱିତୀୟ-ସକାଳ ୧୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ, ତୃତୀୟ- ସକାଳ ୧୧ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ।

Leave A Reply

Your email address will not be published.