Latest Odisha News

BREAKING NEWS

ଡିସେମ୍ବର ୩୧ ଯାଏଁ ପୁଣି ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ନୂଆଦିଲ୍ଲୀ: ଦେଶରେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ରର ଅବଧିକୁ ଆସନ୍ତା ଡିସେମ୍ବର ଯାଏଁ ବଢାଇଛନ୍ତି କେନ୍ଦ୍ର ସରକାର ।

ଯାହା ଫଳରେ ୨୦୨୦ ମସିହା ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଗାଡି ଫିଟନେସ୍‌, ପରମିଟ୍‌, ଲାଇସେନ୍ସ, ପଞ୍ଜିକରଣ ସମେତ ଅନ୍ୟ ଡକ୍ୟୁମେଣ୍ଟର ବୈଧତା ବୃଦ୍ଧି କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଦେଶବ୍ୟାପୀ କରୋନା ପରିସ୍ଥିତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୧୯୮୮ ମୋଟର ଯାନ ଆକ୍ଟ ଏବଂ ୧୯୮୯ ସେଣ୍ଟ୍ରାଲ୍ ମୋଟର ଭେହିକିଲ୍ ନିୟମ ଅନୁଯାୟୀ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଗାଡି କାଗଜ ପତ୍ର ବୈଧତାକୁ ବୃଦ୍ଧି କରାଯାଇଛି।

 

Leave A Reply

Your email address will not be published.