Latest Odisha News

ପିସିସି ରେସ୍‌ରେ ମୁଁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ନେଇ ଦିଲ୍ଲୀରେ ଚର୍ଚା ଜୋରଧରିଥିବା ବେଳେ ରାଜ୍ୟରେ ବି ପିସିସି ମୁଖିଆ ପରିବର୍ତ୍ତନ ନେଇ ଜୋର ଧରିଛି ଅଙ୍କକଷା । ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ସେ ପିସିସି ଦୌଡରେ ନାହାଁନ୍ତି । ସେ କେବେ କୌଣସି ସଭାପତିଙ୍କୁ ବିରୋଧ କରିନାହାଁନ୍ତି ।

ସେ ପିସିସି ପଦ ମାଗିବାର ନାହିଁ କି ଲବି କରିବାର ନାହିଁ , ତେବେ ପଦ ମିଳିଲେ ସେ ତାକୁ ହାତଛଡା କରିବେନାହିଁ । ସମସ୍ତଙ୍କୁ ନେଇ କାମ କରିବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ତାରା କହିଛନ୍ତି । ସେହିପରି ଗାନ୍ଧି ପରିବାରକୁ ଛାଡିଲେ ଦଳ ଭୁଶୁଡିଯିବ ଏବଂ ଗାନ୍ଧି ପରିବାରରୁ ଜଣେ କେହି ଦାୟିତ୍ୱ ନିଅନ୍ତୁ ବୋଲି ସେ ଚାହୁଁଥିବା ସ୍ପଷ୍ଟ କରିଛନ୍ତି ।

ସେପଟେ ଜଟଣୀ ବିଧାୟକ ତଥା ଦଳର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, ସେ ପିସିସି ମୁଖିଆ ରେସରେ ନାହାଁନ୍ତି । ସେ ତୃତୀୟ ଶ୍ରେଣୀ କର୍ମଚାରୀ ବୋଲି କହିଛନ୍ତି । ସୁର ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କଂଗ୍ରେସକୁ ହତ୍ୟା କରାଯାଉଛି । ଏବଂ ଏଭଳି ବିଶୃଙ୍ଖଳା ସମ୍ପର୍କରେ ସେ ଏଆଇସିସିର ଦୃଷ୍ଟି ଆକର୍ଷଣ କରିବେ ।

Leave A Reply

Your email address will not be published.