Latest Odisha News

BREAKING NEWS

ନୂଆ ନିୟମରେ ହେବ ନବମ ଓ ଦଶମ ପରୀକ୍ଷା ,ସ୍କୁଲରେ ହେବନି ଖାତାଦେଖା

କଟକ:ଏଣିକି ନୂଆ ନିୟମରେ ହେବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଆୟୋଜନ କରାଯିବ। ବର୍ଷକୁ ୪ ଟି ଫରମେଟିଭ ଓ ୨ ଟି ସମେଟିଭ ଆସନେମେଣ୍ଟ ପରୀକ୍ଷା କରାଯିବ। ଏନେଇ ବିସ୍ତୃତ ବିବରଣୀ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଆସନ୍ତା ୨୨ ତାରିଖରୁ ତାରିଖରୁ ଆରମ୍ଭ ହେବ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା। ବର୍ଷକୁ ୬ ଟି ଆସେସମେଣ୍ଟ ଆଧାରରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଖାତା ମୂଲ୍ୟାୟନ ହେବ।

ସମେଟିଭ୍ ଆସେସମେଣ୍ଟ ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ । ୨୦ ମାର୍କ ମଲଟିପୁଲ ଚଏସ ଓ ୨୦ ମାର୍କର ସବଜେକ୍ଟିଭ୍ ପ୍ରଶ୍ନ ଆସିବ । କୋଶ୍ଚିନ କମ୍ ଆନସର ବୁକଲେଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ନିଜ ସ୍କୁଲରେ ପରୀକ୍ଷା ହେବାକୁ ଥିବା ବେଳେ ନ୍ୟୁଟ୍ରାଲ ସ୍କୁଲରେ ଖାତା ମୂଲ୍ୟାୟନ ହେବ । କେଉଁ ସ୍କୁଲରେ ଖାତା ଦେଖା ହେବ ତାହା ଡିଇଓ ଜଣାଇବେ ।

ନଭେମ୍ବର ୨୩ରୁ ୩୦ତାରିଖ ମଧ୍ୟରେ ନ୍ୟୁଟ୍ରାଲ ସ୍କୁଲରେ ଖାତାଦେଖା ହେବ । ଡିସେମ୍ବର ୨ତାରିଖ ସୁଦ୍ଧା ଖାତା ଦେଖାସରିବ। ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ଅନଲାଇନ ଟାବୁଲେସନ ରେଜିଷ୍ଟ୍ରାରରେ ମାର୍କ ଅପଲୋକ କରାଯିବ।ଫରମେଟିଭି-୧ ଓ ୨ ଏବଂ ସମେଟିଭ-୧ ମାର୍କ ସାଇଟରେ ଅପଲୋଡ କରାଯିବ ବୋଲି ନିଷ୍ପତି ନେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ।

Leave A Reply

Your email address will not be published.