Latest Odisha News

BREAKING NEWS

ଏଲପିଜି ପରେ କମିବ ପେଟ୍ରୋଲ, ଡିଜେଲ ଦର: ଜାଣନ୍ତୁ କେତେ କମିବ

ନୂଆଦିଲ୍ଲୀ: କମିବ ଡିଜେଲ ପେଟ୍ରୋଲ ଦର । ଏଲପିଜି ପରେ ଏବେ କମିବ ପେଟ୍ରୋଲ ଡିଜେଲ ଦର କମାଇ ପାରନ୍ତି ସରକାର ।  ଦରଦାମ ବୃ୍ଦ୍ଧି ନେଇ ଲୋକେ ଅତିଷ୍ଠ ହୋଇ ପଡିଥିବାବେଳେ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ହ୍ରାସ କରିବା ମୁଡରେ ଅଛନ୍ତି ଯାହା ଖାଉଟିଙ୍କୁ ଆଶ୍ୱସ୍ତ କରିବ ।

ସରକାର ପେଟ୍ରୋଲ ଡିଜେଲ ଦର ଲିଟର ପିଛା ୩ରୁ ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି । ଦୀପାବଳି ବେଳକୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦର କମାଇବେ ବୋଲି ଜେଏମ ଫାଇନାନ୍ସଆଲ ଇନଷ୍ଟିଚ୍ୟୁସନାଲ ସିକ୍ୟୁରିଟି ପକ୍ଷରୁ କୁହାଯାଇଛି ।

ସୂଚନାଥାଉ କି, ଗତ ସପ୍ତାହରେ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ପିଲା ୨୦୦ ଟଙ୍କା କମାଇଥିଲେ । ଫଳରେ ୩୩୦ ମିଲିୟନ ଗ୍ରାହକ ଏହା ଦ୍ୱାରା ଉପକୃତ ହୋଇଥିଲେ ।

ତୈଳଦର ହ୍ରାସ ଫଳରେ ସରକାରଙ୍କ ଉପରେ ଅତିରକ୍ତ ବୋଝ ପହିବ  । ତେବେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

Leave A Reply

Your email address will not be published.