Latest Odisha News

BREAKING NEWS

୨୦୨୭ ସୁଦ୍ଧା ଡିଜେଲ୍ କାର୍ ବ୍ୟାନ୍ କରିବାକୁ ସରକାରୀ କମିଟିର ସୁପାରିଶ୍

ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ହ୍ରାସ କରିବାକୁ ହେଲେ ଭାରତରେ ଡିଜେଲ୍ ଚାଳିତ କାର୍ ବ୍ୟାନ୍ କରିବାକୁ ହେବ। ୨୦୨୭ ସୁଦ୍ଧା ଦେଶରେ ଡିଜେଲ୍ କାର୍ ବ୍ୟାନ୍ କରି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କିମ୍ବା ଗ୍ୟାସ୍ ଚାଳିତ କାର୍ ବ୍ୟବହାର କରିବା ଦରକାର। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଗଠନ କରାଯାଇଥିବା ଏକ କମିଟି ଏହି ସୁପାରିଶ୍ କରିଛି। ପ୍ରଦୂଷଣ ରୋକିବାକୁ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହର ଓ ପ୍ରଦୂଷଣ ରୋକିବାକୁ ଏପରି ବ୍ୟବସ୍ଥା ସରକାର ଲାଗୁ କରନ୍ତୁ ବୋଲି କମିଟି ସଦସ୍ୟ ସୁପାରିଶ କରିଛନ୍ତି।

ଅଧିକ ଗ୍ରୀନ ହାଉସ ନିର୍ଗତ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରମୁଖ ସ୍ଥାନରେ ରହିଥିବା ବେଳେ ଦେଶରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗତ ସମ୍ପୂର୍ଣ୍ଣ ଶେଷ କରିବା ଲକ୍ଷ୍ୟ ରଖିଥିବା ଭାରତ ପୁନଃନବୀକରଣ ପ୍ରକ୍ରିୟାରେ ୪୦% ବିଜୁଳି ଉତ୍ପାଦନ କରିବାକୁ ଚାହୁଁଛି।

ତୈଳ ମନ୍ତ୍ରଣାଳୟ ଦ୍ୱାରା ଗଠନ କରାଯାଇଥିବା ପ୍ୟାନ୍‌ଲ୍ ଦେଇଥିବା ରିପୋର୍ଟ ମନ୍ତ୍ରଣାଳୟର ୱେବସାଇଟ୍‌ରେ ଅପଲୋଡ କରାଯାଇଛି। ଏଥିରେ କୁହାଯାଇଛି “୨୦୩୦ ସୁଦ୍ଧା ଇଲେକ୍ଟ୍ରିକ୍‌ରେ ଚାଲୁଥିବା ନଥିବା କୌଣସି ସିଟି ବସ୍‌ ପରିବହନ ସେବାରେ ସାମିଲ ହୋଇନଥିବା ଦରକାର। ୨୦୨୪ ପରଠାରୁ ଆଉ କୌଣସି ଡିଜେଲ ଚାଲିତ ବସ୍‌କୁ ସିଟି ବସ୍‌ ସେବାରେ ବ୍ୟବହାର କରା ନଯିବା ଉଚିତ।”

ଦେଶରେ ଲେକ୍ଟ୍ରିକ ଗାଡ଼ିର ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ସରକାର ଫାଷ୍ଟର ଆଡପସନ ଆଣ୍ଡ ମ୍ୟାନୁଫାକ୍‌ଚରୀ ଅଫ୍ ଇଲେକ୍ଟ୍ରିକ୍‌ ଆଣ୍ଡ ହାଇବ୍ରିଡ ଭେଇକଲ ସ୍କିମ(FAME) ଦ୍ୱାରା ଦିଆଯାଉଥିବା ସହାୟତା ଅବଧିକୁ ୩୧ ମାର୍ଚ୍ଚରୁ ଆହୁରି ବୃଦ୍ଧି କରାଯାଉ ବୋଲି କମିଟି ସୁପାରିସ କରିଛି। ତା ସହିତ ୨୦୨୪ରୁ କେବଳ ବିଦ୍ୟୁତ ଚାଳିତ ସହରୀ ଗାଡ଼ିଗୁଡ଼ିକୁ ନୂଆ ପଞ୍ଜୀକର ପାଇଁ ଅନୁମତି ଦିଆଯାଉ ବୋଲି କମିଟି।

ଜିନିଷ ପତ୍ର ପରିବହନ ପାଇଁ ପ୍ୟାନେଲ ପକ୍ଷରୁ ରେଳବାଇ ଓ ଗ୍ୟାସ୍‌ ଦ୍ୱାରା ଚାଳିତ ଟ୍ରକ୍‌ର ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ପୂରା ରେଳ ନେଟୱର୍କ କେବଳ ବିଜୁଳି ଦ୍ୱାରା ହିଁ ପରିଚାଳିତ ହେବ ବୋଲି କମିଟି କହିଛି।

ସୂଚନା ଥାଉକି ଦେଶରେ ବ୍ୟବହାର ହେଉଥିବା ରିଫାଇଣ୍ଡ ତୈଳ ମଧ୍ୟରୁ ଦୁଇପଞ୍ଚଂଶ ଅବଦାନ ଡିଜେଲର ରହିଛି। ଏହାର ୮୦% କେବଳ ପରିବହନ କ୍ଷେତ୍ରରେ ବ୍ୟବହାର ହେଉଛି। ତେଣୁ କମିଟି ଆହୁରି କହିଛି ଯେ ଦୂର ଦୂରାନ୍ତକୁ ସେବା ଯାଉଥିବା ବସ୍‌ଗୁଡ଼ିକ ବିଜୁଳି ଦ୍ୱାରା କେମିତି ଚାଲିବ, ସରକାର ସେ ବ୍ୟବସ୍ଥା କରିବା ଦରକାର।

ପ୍ୟାନେଲ କହିଛି ଯେ ବର୍ତ୍ତମାନ ଦେଶରେ ପରିବହନ ବ୍ୟବସ୍ଥା ପାଇଁ କେବଳ ୬.୨% ଗ୍ୟାସ ବ୍ୟବହାର କରାଯାଉଛି। ୨୦୩୦ ସୁଦ୍ଧା ୧୫%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖାଯାଇଛି। ତେଣୁ ସେହି ହିସାବରେ ଦେଖିଲେ ଆସନ୍ତା ୧୦ରୁ ୧୫ ବର୍ଷ ଯାଏ ତୈଳର ବିକଳ୍ପ ଭାବେ ଗ୍ୟାସ୍‌କୁ ବ୍ୟବହାର କରାଯାଇ ପାରିବ। ଏଥିସହିତ ଗ୍ୟାସ ଭଣ୍ଡାର ମଧ୍ୟ ପ୍ରସ୍ତୁତ କରିବାକୁ ପ୍ୟାନେଲ କହିଛି।

୨୦୨୦ ପରଠାରୁ ଗ୍ୟାସ୍‌ର ଚାହିଦା ବୃଦ୍ଧି  ପାଇବାରେ ଲାଗିଛି। ୨୦୫୦ ସୁଦ୍ଧା ଏହାର ଅଭିବୃଦ୍ଧି ୯.୭୮% ହାରରେ ବୃଦ୍ଧି ପାଇବ ବୋଲି କମିଟି ଅନୁମାନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.