Latest Odisha News

BREAKING NEWS

ଆନ୍ତର୍ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ ଭାରତ ଦଳରେ ସ୍ଥାନ ପାଇଥିବା ଓଡିଶା ପାରା ଆଥଲେଟଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରଛି । ଓଡିଶାର ୪ଜଣ ଆଥଲେଟ ଏଥିରେ ଅଂଶଗ୍ରହଣ କରି ଦେଶ ପାଇଁ ୮ ପଦକ ଜିିତଛନ୍ତି । ଏହା ମଧ୍ୟରେ ୫ସ୍ୱର୍ଣ୍ଣ ସାମିଲ । ଜୟନ୍ତୀ ବେହେରା ଏକାକୀ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଆନ୍ତର୍ଜାତୀୟସ୍ତରର ଓଡିଶା ପ୍ରତିଯୋଗୀଙ୍କ ଏହା ଶ୍ରେଷ୍ଠ ପ୍ରଦର୍ଶନ ଭାବେ ପରିଗଣିତ ହେବ ।

ବେଙ୍ଗାଲୁରୁରେ ଆଥଲେଟମାନେ ଫେରିବା ପରେ ସେମାନଙ୍କୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଓଏସଡି ସ୍ୱରୂପ ନନ୍ଦନ ବେହେରା ଉପସ୍ଥିତ ଥିଲେ । ପାରାଅଲିମ୍ପିକ୍ସ ଓଡିଶା ଟୁଇଟରରେ ଆପଣମାନେ ଓଡିଶା ଓ ଭାରତକୁ ଗର୍ବିତ କରାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.