Latest Odisha News

BREAKING NEWS

ଜୁନ ୨୮ରେ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ୨୦୧୯-୨୦୨୦ ଆର୍ଥିକ ବର୍ଷ ଲାଗି ଜୁନ୍ ୨୮ ତାରିଖରେ ବଜେଟ୍ ଉପସ୍ଥାପନ କରିବେ।

ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭା ସେକ୍ରେଟାରୀଏଟ୍ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ଅଧିସୂଚନାନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିବେ ।

ଜୁନ୍ ୨୫ ତାରିଖରୁ ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ଆରମ୍ଭ ହେବ । ଜୁନ୍ ୨୫ରୁ ଜୁଲାଇ ୩ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହେବାକୁ ଥିବାବେଳେ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ଯାଏଁ ୨ୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ ।

ମୋଟ୍ ୪୫ ଦିନ ମଧ୍ୟରୁ ବିଧାନସଭାରେ ୩୧ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ଜୁନ୍ ୩୦, ଜୁଲାଇ ୧୩, ୧୪, ୨୧ ଏବଂ ଅଗଷ୍ଟ ୪, ୨୮ ତାରିଖରେ ଗୃହ ବନ୍ଦ ରହିବ । ଏହାପରେ ରଥ ଯାତ୍ରା ଲାଗି ଜୁଲାଇ ୩ରୁ ୧୧ ଯାଏଁ ବିଧାନସଭା ଛୁଟି ରହିବ।

Leave A Reply

Your email address will not be published.