Latest Odisha News

କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଠାରେ ଏକ ନବ ନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଏକ ଏମଓୟୁ ସ୍ବାକ୍ଷରିତ ହେବ। ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି।

ଅପରପକ୍ଷରେ ଉଦଘାଟିତ ହୋଇଥିବା ଏହି ସେତୁଟି ଝୁମ୍ପୁରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି। ଏହା ଦ୍ବାରା ଝୁମ୍ପୁରା ଓ ଶ୍ରୀ ରାମପୁର ଗ୍ରାମ ଯୋଡ଼ି ହୋଇ ଯୋଗାଯୋଗର ସୁବିଧା ହୋଇଛି। ଏହା ଦ୍ବାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାରରୁ ୧୦ ହଜାର ଲୋକ ଉପକୃତ ହେବେ।

ତେବେ ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ ୧୭୫ ମିଟର।

 

Comments are closed.