Latest Odisha News

BREAKING NEWS

ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝା ମକା ଦାମ୍ ୫୦୦, ରାଗିଲେ ୟୁଜର୍ସ

ହାଇଦ୍ରାବାଦ: ବିରାଟ କୋହଲି ଜଣେ କ୍ରିକେଟର ହେବା ସଙ୍ଗେସଙ୍ଗେ ଅନେକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏହା ସହିତ ସେ ମଧ୍ଯ ଅନେକ କମ୍ପାନୀର ମାଲିକ।

ହାଇଦ୍ରାବାଦରେ ବିରାଟଙ୍କ ଏକ ରେଷ୍ଟୁରାଣ୍ଟ ରହିଛି। ସେଠାକୁ ଜଣେ ମହିଳା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କର ଦୁଃଖ ସେୟାର କରିଥିଲେ।

ସ୍ନେହା ନାମକ ଜଣେ ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସିଝା ମକାର ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି ଯେ ହାଇଦ୍ରାବାଦର ୱାନ8 କମ୍ୟୁନ୍ ରେଷ୍ଟୁରାଣ୍ଟରେ ଏହି ଖାଦ୍ୟ ପାଇଁ ତାଙ୍କୁ ୫୨୫ ଟଙ୍କା ଦେବାକୁ ପଡିଛି।

ମହିଳାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ୟୁଜର୍ସମାନେ ଭିନ୍ନଭିନ୍ନ କମେଣ୍ଟ ମଧ୍ଯ ଦେବାରେ ଲାଗିଛନ୍ତି।

 

Comments are closed.