Latest Odisha News

BREAKING NEWS

୩ ବର୍ଷର ଅପେକ୍ଷା ପରେ ବି ଟେଷ୍ଟରେ ବିରାଟଙ୍କ ବ୍ୟାଟରୁ ବାହାରୁନି ଶତକ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଶତକ ମାରପାରି ନାହାନ୍ତି । ଚଳିତ ବର୍ଷ ଆଉ ଟେଷ୍ଟ ମ୍ୟାଚ ଖେଳାଯିବାକୁ ନାହିଁ । ଏଥିସହ କୋହଲିଙ୍କ ଶତକକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀ ପୁନର୍ବାର ନିରାଶ ହୋଇଛନ୍ତି । ୩ ବର୍ଷ କୋହଲି ଟେଷ୍ଟରେ ଶତକ ମାରି ନାହାନ୍ତି । ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶତକ ମାରି ସୀମିତ ଓଭରରେ ଫର୍ମକୁ ଫେରିଥିଲେ । ଏହାର ପ୍ରଭାବ ଟି୨୦ ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିଥିଲା । ମାତ୍ର ଟେଷ୍ଟରେ ଶତକରୁ ମରୁଡି ଏବେ ବି ତାଙ୍କ ପାଖରେ ଲାଗି ରହିଛନ୍ତି । ୨୦୨୨ରେ ସେ ୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୧୧ ଇନିଂସରେ ୨୬.୫୦ ଆଭରେଜରେ ମାତ୍ର ୨୬୫ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୭୯ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏହା ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ । କିଙ୍ଗ କୋହଲି ତାଙ୍କ ଶେଷ ଶତକ ୨୩ ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷରେ ମାରିଥିଲେ ।

୨୦୨୦ରେ କରୋନା ଭାଇରସ ଯୋଗୁ ମାତ୍ର ୩ଟି ଟେଷ୍ଟ ଖେଳି ୧୯.୩୩ ଆଭରେଜରେ ୧୧୬ ରନ କରିଛନ୍ତି । ସେହିପରି ୨୦୨୧ରେ ୧୧ ଟେଷ୍ଟରେ ୨୮.୨୧ ଆଭରେଜରେ ୫୩୬ ରନ କରିଥିଲେ । ଏଥିରେ ୪ଟି ଅର୍ଦ୍ଧଶତକୀୟ ଇନିଂସ ରହିଥିଲେ । ୨୦୨୩ ଜାନୁୟାରୀରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । କୋହଲି ଏହି ସିରିଜରେ ଶତକ ମରୁଡି ଭଙ୍ଗ କରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ରହିଛନ୍ତି ।

Leave A Reply

Your email address will not be published.