Latest Odisha News

BREAKING NEWS

ଗ୍ରୀସ୍‌ର କ୍ରୀଟେ ଦ୍ବୀପରେ ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ  

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ବିପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି  । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ ବିଜ୍ଞାନୀ  । ତେଣୁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହ ସୁରକ୍ଷିତ  ସ୍ଥାନକୁ ଚାଲିଯିବା ସୂଚନା ଦିଆଯାଇଛି  ।

ଭୂକମ୍ପ ଯୋଗୁଁ ଇଜିପ୍ଟର ସାଇଟିଆର ଉତ୍ତର-ପୂର୍ବଠାରୁ ୬୦ କିଲୋମିଟର ଦୂରରେ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର କମ୍ପନ ଉତ୍ତର ଆଫ୍ରିକା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(EMSC)ର ସୂଚନା ଅନୁଯାୟୀ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା।ଏନେଇ EMSC ପକ୍ଷରୁ ଟ୍ବିଟ କରି ଉପକୂଳବର୍ତ୍ତୀ ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସୂଚନା ଜାରି କରାଯାଇଛି  ।

 

ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Comments are closed.