Latest Odisha News

BREAKING NEWS

କନ୍ୟା ବିବାହିତ ଶୁଣି ବେହୋସ୍ ହେଲା ବର

ଭୁବନେଶ୍ୱର: ଆଉ କେଇ ପଦ ମନ୍ତ୍ର ପରେ ସଂପୂର୍ଣ୍ଣ ହୋଇଥାନ୍ତା ବାହାଘର । ଶଙ୍ଖା ସିନ୍ଦୂର ବି ପିନ୍ଧି ସାରିଥିଲା ଝିଅ । ବେଦୀରୁ ହଠାତ୍ ଉଠିଲା ଆଉ ଭାଙ୍ଗିଲା ଶଙ୍ଖା ପୋଛିଲା ସିନ୍ଦୂର । କହିଲା, ମୁଁ ବାହା ହେଇଛି, ମୋର ସ୍ୱାମୀ ଅଛି । ଆଉ ଥରେ ବାହା ହେବିନି ।

ଉପରୋକ୍ତ ପଦ ଗୁଡ଼ିକ ହେଉଛି ବୁଧବାର ଅପରାହ୍ନରେ ବାଲେଶ୍ୱରରୁ ଭାଇରାଲ ହୋଇଥିବା ଭିଡିଓର କିଛି ଅଂଶ । ଏହା ହେଉଛି ଇଚ୍ଛା ବିରୋଧରେ ବାହା ହେଉଥିବା ଝିଅଟିର ପ୍ରତିବାଦ ।

ଝିଅର ଏଭଳି କଥା ଶୁଣି ହଠାତ୍ ଆବାକ୍ ହେଇଗଲେ ସମସ୍ତେ । ଆଉ ପଦେ କହିବା ପୂର୍ବରୁ ଝିଅକୁ ବହେ ସେକି ଦେଇଗଲେ ପରିବାର ଲୋକେ । ଅମଣିଷ ପାଲଟିଗଲେ ବନ୍ଧୁ ପରିଜନ । ଜବରଦସ୍ତି ବସେଇଲେ ପୁଣି ବେଦୀରେ, କିନ୍ତୁ ଝିଅ ଜିଦ୍ରେ ଅଟଳ ।

ତେଣେ ସେପଟେ ଏତେ ନାଟକବାଜୀ ଦେଖି ବେହୋସ ହେଇଗଲେ ବର । ବାଲିଆପାଳ ଥାନା ରେମୁ ଗାଁର ଏ ହେଉଛି ଘଟଣା । ବୁଧବାର ଅପରାହ୍ନରେ ଏଭଳି ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ଜୋର୍ ଧରିଛି ଚର୍ଚ୍ଚା । ଇଚ୍ଛା ବିରୋଧରେ ବାହାଘରକୁ ପ୍ରତିବାଦରେ ମିଳୁଥିବା ଅମାନୁଷିକ ଅତ୍ୟାଚାରର ଏହା ଏକ ଜ୍ୱଳନ୍ତ ଉଦାହରଣ ।

ଏନେଇ ପରିବାର ଲୋକେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିମ୍ବା ଝିଅକୁ ସର୍ବ ସମ୍ମୁଖରେ ମାଡ଼ ମାରିବା ନେଇ ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଖବର କିଛି ଆସିନି ।

Leave A Reply

Your email address will not be published.