Latest Odisha News

ବଲିଉଡ ଫିଲ୍ମ ନୁହେଁ ପାନ ମସଲା ବିଜ୍ଞାପନ କରିବେ ମହେଶ ବାବୁ

ଭୁବନେଶ୍ୱର: ବଲିଉଡ୍ ପାଖେ ସେତେ ଟଙ୍କା ନାହିଁ ଯେ ମହେଶ ବାବୁଙ୍କୁ ନେଇ ଫିଲ୍ମ କରିପାରିବ । ମେ ୧୦ ତାରିଖରେ ଏଭଳି ମନ୍ତବ୍ୟ ଦେଇ ବିବାଦ ଭିତରେ ଫସିଯାଇଥିଲେ ଏହି ଦକ୍ଷିଣ ଭାରତ ଅଭିନେତା । ପରେ ସ୍ପଷ୍ଟୀକରଣ ଦେବା ପରେ ନେଟିଜେନ୍ ତାଙ୍କ ଉପରେ କିଛି ମାତ୍ରା ଶିଥିଳ ହୋଇଥିଲେ ।

କିନ୍ତୁ ଏବେ ପୁଣି ବିବାଦକୁ ଟାଣି ହୋଇ ଆସିଛନ୍ତି ମହେଶ । ଗତ ୧୦ ତାରିଖରେ ମହେଶ କହିଥିଲେ ଯେ, ବଲିଉଡ୍ ତାଙ୍କୁ ନେଇ ଫିଲ୍ମ କରିପାରିବନି । ସେ କେବେ ବଲିଉଡ୍ ରେ ନଜର ଆସିବେ ବୋଲି ପ୍ରଶ୍ନରେ ଏହି ଉତ୍ତର ରଖିଥିଲେ । ସେତେବେଳେ ତ ଯାହା ଟ୍ରଲ୍ ହୋଇଥିଲେ । ତା’ର ଦୁଇଦିନ ପରେ ମହେଶଙ୍କୁ ଟ୍ରଲ୍ କରିବା ପାଇଁ ନେଟିଜେନଙ୍କୁ ମିଳିଛି ମିମ୍ ମ୍ୟାଟେରିଆଲ ।

ବଲିଉଡ୍ ପାଖେ ପଇସା ନାହିଁ ଯେ ମହେଶଙ୍କୁ ନେଇ ଫିଲ୍ମ କରିପାରିବ । କିନ୍ତୁ ପାନ ମସଲା କମ୍ପାନୀ ମହେଶଙ୍କୁ କିଣି ପାରିବ । ମହେଶଙ୍କ ପାନ୍ ବାହାର ବିଜ୍ଞାପନକୁ ନେଇ ଏଭଳି ସମାଲୋଚନା କରିଛନ୍ତି ନେଟିଜେନ୍ । ଏପରିକି ତାଙ୍କୁ ଦୋମୁହାଁ ବୋଲି କିଛି ଲୋକେ କହିଛନ୍ତି ।

 

Leave A Reply

Your email address will not be published.