Latest Odisha News

BREAKING NEWS

ବିବାହ ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହେଲେ ବର, ବିବାହ କଲେ ହସ୍‌ପିଟାଲରେ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଆମେ ଅନେକ ନିଆରା ବିବାହ ଦେଖିବାକୁ ପାଇଥାନ୍ତି । ସେଥିମଧ୍ୟରୁ କିଛି ଭିଡିଓ ମନୋରଞ୍ଜନ ଖୋରାକ ଖୋରାକ ଯୋଗାଇଥିବା ବେଳେ ଆଉ କିଛି ମନକୁ ଛୁଇଁ ଯାଇଥାଏ । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକି ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ ଛୁଇଁବ ।

ହସପିଟାଲରେ ବିବାହ କରିବା ଆମେ ଅନେକ ଫିଲ୍ମରେ ଦେଖିଛନ୍ତି । କିନ୍ତୁ ବାସ୍ତବ ଜୀବନରେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଗାଜିଆବାଦରେ । ଗାଜିଆବାଦର ବୈଶାଳୀସ୍ଥିତ ମାକ୍ସ ହସ୍ପିଟାଲ୍‌ରେ ଏକ ନିଆରା ବିବାହ ଆୟୋଜିତ ହୋଇଯାଇଛି । ଜାଣିବାକୁ ମିଳିଛି ଯେ, ବର ଜଣକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ଗୁରୁତର ହେବାରୁ ତାଙ୍କୁ ନଭେମ୍ବର ୨୫ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ନଭେମ୍ବର ୨୭ରେ ତାଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା ।

ବରର ଏପରି ଅବସ୍ଥା ଦେଖି ଧାର୍ଯ୍ୟ ତାରିଖରେ କିପରି ବିବାହ ହେବ ନା ସ୍ଥଗିତ ରଖାଯିବ ସେ ନେଇ ଉଭୟ ପରିବାର ଲୋକେ ଆଲୋଚନା କଲେ । ଶେଷରେ ମାତ୍ର ୪/୫ ଜଣଙ୍କ ଉପସ୍ଥିତିରେ ହସପିଟାଲରେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ହସପିଟାଲର କ୍ୟାବିନକୁ ବେଲୁନରେ ସଜାଇ ଦିଆଗଲା । ବରକନ୍ୟା ବି ସଜେଇ ହେଲେ । ବରକନ୍ୟା ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Leave A Reply

Your email address will not be published.