Latest Odisha News

BREAKING NEWS

ଭୁବନେଶ୍ୱରର ଭରତପୁରରେ ଗୋଷ୍ଠୀ ସଂଘର୍ଷ, ୫ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁରରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଢ଼େଲା ପଥର ମାଡ ହୋଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଦୁଇ ପରିବାର ମଧ୍ୟରେ ଗାଳିଗୁଲଜ ଆରମ୍ଭ ହୋଇଥିଲା । ପରେ ମାରପିଟ ହୋଇଥିଲେ । ଏହାପରେ ଏହି ଗଣ୍ଡଗୋଳ ଦୁଇଟି ବସ୍ତିକୁ ବ୍ୟାପିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲେ । ୨୦ରୁ ଅଧିକ ମହିଳା ଓ ପରୁଷ ସଂଘର୍ଷରେ ସାମିଲ ହୋଇଥିଲେ । ଢ଼େଲ ପଥର ମାଡ ମଧ୍ୟ କରିଥିଲେ । ଏହି ଘଟଣାରେ ଖଣ୍ଡଗିରି ପୋଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.